Jump to content

କେରାବଙ୍ଗାଳୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେରାବଙ୍ଗାଳୀ
ଉଚ୍ଚାରଣ: Kerābaṅgāḻī

ଦେ. ବି. (ଅସଲ ବଙ୍ଗାଳୀଙ୍କଦ୍ବାରା ବିଦ୍ରୁପରେ ବ୍ୟବ— ହୃତ) —

ଓଡ଼ିଶାରେ ବହୁକାଳରୁ ପୁରୁଷନୁକ୍ରମେ ବାସ କରୁଥିବା ବଙ୍ଗାଳୀ — A term joculary used by the Bengalees for those of the Bengalees domiciled for generations in Orissa.

[ଦ୍ର—ଏମାନଙ୍କ ବ୍ୟବହୃତ ବଙ୍ଗଳାଭାଷା, ଓଡ଼ିଆ ଓ ହିନ୍ଦୀ ଉଭୟ ଭାଷାର ପ୍ରଭବରୁ ବିକୃତ ହୋଇଅଛି ବିଶେଷତଃ 'ଖାଇ, ଯାଇ, ଆସି' (ୟାହାକି ବଙ୍ଗଳାରେ ଖେଯେ, ଯେଯେ, ଏସେ ହୁଏ ଓ ଓଡ଼ିଆରେ 'ଖାଇକରି, ଯାଇକରି, ଆସିକରି' ହୁଏ ଓ ହିନ୍ଦୀରେ 'ଖାକର୍, ୟାକର୍ ଆକର୍' ହୁଏ) ସ୍ଥଳରେ ଏମାନେ 'ଖାଏକେରେ, ଯାଏକେରେ, ଆସେକେରେ'—ଏହିପରି ବ୍ୟବହାର କରୁଥିବାରୁ ଏହି 'କେରେ' ବ୍ୟବହାର ଯୋଗୁଁ, ଅସଲ ବଙ୍ଗାଳୀମାନେ ଏମାନଙ୍କୁ ବ୍ୟଙ୍ଗ ବା ପରିହାସରେ 'କେରା' ନାମରେ ଡାକନ୍ତି ଏହି 'କେରା' ଶଦ୍ଦର ବ୍ଯୁତ୍ପତ୍ତିମୁଳକ ଅର୍ଥ 'କେରେ' ବ୍ୟବହାର କରିବା ବ୍ୟକ୍ତି ପୂର୍ବେ ଯେଉଁ ବଙ୍ଗାଳୀମାନେ ଓଡ଼ିଶାରେ ଉପନିବେଶ କରୁଥିଲେ, ସେମାନଙ୍କ ସଙ୍ଗେ ବଙ୍ଗଦେଶୀୟ ବଙ୍ଗାଳୀମାନଙ୍କ ସଂସ୍ରବ କମି ଯିବାରୁ ଓଡ଼ିଆଭାଷା ପ୍ରଭାବରୁ ଏମାନଙ୍କ ଭାଷା ବିକୃତ ହୋଇଗଲା ବର୍ତ୍ତମାନ ସଭ୍ୟତା ଓ ରେଲ୍ ପ୍ରଭାବରୁ ଏମାନେ କ୍ରମଶଃ ନିଜର ବଙ୍ଗୀୟ ଭ୍ରାତାମାନଙ୍କ ସଙ୍ଗେ ସମ୍ପ୍ରକ ଘନିଷ୍ଠ କରିବାକୁ ଚେଷ୍ଠା କରୁଅଛନ୍ତି]