Jump to content

କେରା ବଙ୍ଗଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେରା ବଙ୍ଗଳା
ଉଚ୍ଚାରଣ: Kerā baṅgaḻā

ଦେ. ବି —

ପୁରୁଷାନୁକ୍ରମେ ଓଡ଼ିଶାରେ ସ୍ଥାୟୀ ଅଧିବାସୀ ବଙ୍ଗଳୀଙ୍କଦ୍ବାରା କଥିତ ଓ ବ୍ୟବହୃତ ବିକୃତ ବଙ୍ଗଳା ଭାଷା —Degenerated patois used by the Bengalees domiciled in Orissa for generations.

[କେରାବଙ୍ଗଳାର କେତେଗୋଟି ଉଦାହରଣ —

ବଙ୍ଗଳାଭାଷା  କେରାବଙ୍ଗଳା  ଓଡ଼ିଆଭାଷା

ଖେଯେ ଖାଏକେରେ ଖାଇକରି

ଯେଯେ ଯାଏକେରେ ଯାଇକରି

ଦେଯେ ଦିଏକେରେ ଦେଇ କରି

ଏସେ ଆସେକେରେ  ଆସିକରି

ବେଗୁନ୍ ବାଇଗନ୍ ବାଇଗଣ

(ଆମି) ଖାଚ୍ଛି  ଖାଆଛି   ଖାଉଛି

ୟାଚ୍ଛି  ୟାଆଛି   ୟାଉଛି

ଆମରା  ଆମରାନ୍   ଆମ୍ଭେମାନେ

ଆମାଦେର  ଆମଦେର   ଆମର

କହିୟା କହେକେରେ  କହିକରି

ଛାନା ଛା ଛୁଆ

ଖାଚ୍ଛିସ୍   ଖାଆଛି   ଖାଉଛୁ

ତୋମାଦେର୍  ତୁମ୍ଦେର୍   ତୁମର

(ତୁମି) ଗିୟାଛିଲେ   ଯାଏ, ୟାୟା ଛିଲେ  ଯାଇଥିଲ

କାତଲା   ଭାକୁଡ଼   ଭାକୁଡ଼

ଗିୟାଛିଲାମ  ଯାଏଛିଲୁ  ଯାଇଥିଲୁ

କହିବ   କହବ  କହିବି

ଡିଙ୍ଗି   ଡଙ୍ଗା   ଡଙ୍ଗା

ପିଆରା  ପିଦୁଡ଼ୁ  ପିଜୁଳି

ପିଠେ   ପିଠା   ପିଠା

ଡିଙ୍ଗିଯେୟାଓୟା   ଡିଏଁୟାଓୟା   ଡେଇଁଯିବା

ମେଯେ   ମାଇଆ   ମାଇ

ଜିଜ୍ଞ୍ଯେସ୍କରେ   ଜିଗିସାକେରେ, ପଚାରକେରେ  ପଚାରି

ବଙ୍ଗଳାଭାଷା   କେରାବଙ୍ଗଳା  ଓଡ଼ିଆଭାଷା

କୁଶ୍ପେଯେ   କେମ୍ପା  କେମ୍ପା

ମାଂସ   ମାଉଁସ   ମାଉଁସ

ଘଡ଼ା   ଗଗ୍ରା   ଗରା

ଘଡ଼ା   ଗଗ୍ରା   ଗରା

କୁମ୍ଭୀର  କିମୀର  କିମ୍ଭୀର

ଘୁମ   ନିଁଦ  ନିଦ]