କେରୁଆଳ
ଦେଖଣା
କେରୁଆଳ —
ଉଚ୍ଚାରଣ: Keruāḻa
কেরয়াল, কেরাল, দাঁড়
पतबार, पतबाल
ଦେ. ବି.—(ସଂ. କରବାଳ=ଖଡ଼୍ଗ; ସଂ. କୃପୀଟପାଳ= ଅରିତ୍ର; ଏହା ଖଡ଼୍ଗାକୃତ ଥିବାରୁ) —
୧: ଡଙ୍ଗାର ଆହୁଲା —୧. The oars for propelling a boat.
୨: ପଖା ଲିଗିଥିବା ଆହୁଲା — ୨. An oar with a fan-shaped end.
[ ଦ୍ର—ସାନ ସାପୁଆ ଡଙ୍ଗାରେ ପକ୍ଷଯୁକ୍ତ 'ଆହୁଲାକୁ' କହନ୍ତି ଏହା ସାପୁଆ ଡଙ୍ଗାରେ ଆହୁଲା ଓ ମଙ୍ଗଧରା ଦୁଇ କାମ ଚଳାଏ]
୩: ଡଙ୍ଗାର ମଙ୍ଗଧରା —୩. Helm; rudder.
ପ୍ରାଦେ. (ସମ୍ବଲପୁର) ବି —
ଘୋଡ଼ାର ଲଗାମ — The reins of a horse.