Jump to content

କେଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଳା
ଉଚ୍ଚାରଣ: Keḻā

ସଂ. ବି. (କେଳ ଧାତୁ+ଭାବ. ଅ+ଆ) —

ବିଳାସ — Sport.

କେଳୁଣୀ, କେଲୁଣୀସ୍ତ୍ରୀ

ଦେ. ବି. (ସଂ. କେରଳ; ସମ୍ଭବତଃ ଏମାନେ କେରଳ ବା ଦକ୍ଷିଣ ଦେଶ ଆଡ଼ୁ ଆସିଥିବାରୁ ଏହିନାମ; କିମ୍ବା ସଂ. କେଳକ, କେଳକ ୨୩: ଦେଖ) —

ଅନାର୍ୟ୍ୟ ୟାୟାବର ଜାତିବିଶେଷ (ଏମାନେ କୁହୁକ ଓ ସାପଖେଳା ଦେଖାନ୍ତ ଓ ଧୂଡ଼ୁକି ବଜାଇ ଗୀତ ବୋଲି ଭିକ ମାଗନ୍ତି ଓ ନଳରେ ଚଢ଼େଇ ଧରନ୍ତି) — A wandering tribe living on begging, jugglery, snake-charming and catching birds; the Indian gipsies.

[ ଦ୍ର—କେଳାମାନେ ଭିନ୍ନ ଭିନ୍ନ ଜାତିରେ ବିଭକ୍ତ ଯଥା— ସାପୁଆ ବା ନାଗେଶ୍ବରିଆ, ଗଉଡ଼ିଆ, ସଭାଖିଆ ବା ମୁଣ୍ଡପୋତା, ନଳୁଆ, ମାଟିଆ, ବାଜୀକରିଆ, ଅଇରୀଗଉଡ଼, ଚାଉଳିଆ କେଳା

କେଲୁଣୀମାନେ ସ୍ତ୍ରୀମାନଙ୍କ ଦେହରେ ଚିତା କୁଟନ୍ତି ଏମାନଙ୍କ କଥା ବଙ୍ଗଳା ଓ ଓଡ଼ିଆ ମିଶା, ଧୁଡ଼ୁକି ବଜାଇ କେଳାଏ ଗୀତ ବୋଲନ୍ତି ଓ କେଲୁଣୀଏ ନାଚନ୍ତି ଏମାନେ ଏକ ସ୍ଥାନରେ ଏକାଦି— କ୍ରମେ ବେଶି ଦିନ ରହନ୍ତି ନାହିଁ; ତାଳପତ୍ରରେ କୁଡ଼ିଆ ବାନ୍ଧି ଦଳ ଦଳ ହୋଇ ସ୍ଥାନେ ସ୍ଥାନେ ବସା କରି ରହନ୍ତି]