କେଳାଇବା
ଦେଖଣା
କେଳାଇବା —
ଉଚ୍ଚାରଣ: Keḻāibā
ଦେ. କ୍ରି. (ଣିଜନ୍ତ ଓ ଅଣିଜନ୍ତ) —
୧: ମାଛ ବା ପରିବା ପ୍ରଭୃତିକୁ ପରିଷ୍କୃତ ଓ କଟାକଟି କରି ରନ୍ଧନର ଉପଯୋଗୀ କରିବା — ୧. To chop or cut vegetables, fish etc for cooking.
୨: ମଲା ମୃଗଆଦୁକୁ ରାନ୍ଧିବା ଉପଯୋଗୀ କରିବା ପାଇଁ ତା ଦେହରୁ ଚମଡ଼ା ବାହାର କରି ମାଂସକୁ କାଟିବା — ୨. To skin and cut an animal killed and chop it into pieces of meat to be cooked.
ବୁହାଇ ସେ ମୃଗକୁ ଲୋକଙ୍କ ହାତରେ ଆପଣେ ସୁଯୋଧନ ଥାଇଣ ସାଥରେ ବସାଘର ସମୀପେ ପକାଇ କେଳାଇ କୃଷ୍ଣସିଂହ. ମହାଭାରତ.ବନ
୩: ଅତ୍ୟନ୍ତ ବିରକ୍ତ କରିବା mdash;୩. To tease.
୪: ପାଚିଲା କଦଳୀଆଦି ଫଳରୁ ଚୋପା ଛଡ଼ାଇବା — ୪. To skin ripe fruits.
ପକ୍ବ କଦଳୀ କେଳାଇ କେ କରଇ ରତି ତେମନ୍ତ ଢାଳି କେହୁ ରେତ ପକାବନ୍ତି ସାରଳା. ମହାଭାରତ
ପ୍ରାଦେ. (ସମ୍ବଲପୁର) କ୍ରି —
ଲିଆରୁ ଧାନ ଚୋପାକୁ ଛଡ଼ାଇବା — To clear away the husks out of fried rice.