କେଶର
କେଶର —
ଉଚ୍ଚାରଣ: Keṡara
(କେସର—ଅନ୍ୟରୂପ)
ସଂ. ବି. (କେ=ଜଳରେ+ଶୃ ଧାତୁ=ଶୀର୍ଣ୍ଣ ହେବା+ କର୍ତ୍ତୃ. ଅ; କେଶ+ର) —
୧: କୢଞ୍ଜଳ୍ମ; ଫୁଲର କେଶାକାର ସୁକ୍ଷ୍ମାଂଶ — ୧. The filaments of a flower.
୨: ଘୋଡ଼ା ଓ ସିଂହ ଆଦିଙ୍କର ବେକର ବାଳ — ୨. The mane of a horse or lion.
୩: ବକୁଳ; ବଉଳଫୁଲ ଓ ଗଛ — ୩. A large tree bearing fragrent flowers; Mimusops Elengi.
୪: ନାଗେଶ୍ବର; ନାଗକେଶ୍ବର — ୪. Mesuafera (tree and its fragrant flower).
ମୂଚୁକୁନ୍ଦ, ଚମ୍ପା, କେଶର ତମାଳ—ରାଧାନାଥ, ଚିଲିକା
୫: ପୁନ୍ନାଗ; ପୁଲାଙ୍ଗ — ୫. Mast wood; Alexandrian Laural.
୬: ପାଚିଲା ଆମ୍ବ ବା ତାଳ ଆଦିର ଚେର ବା ତନ୍ତୁ — ୬. fibre of a ripe mango or palm fruit (M.W.)
୭: କୁସୁମ ଗୁଳ୍ମ —୭. Rottleria Tinctoria (M.W.)
୮: ସୁନା —୮. Gold. (M.W.)
ଦେ. ବି. —
୧: ପଦ୍ମବୀଜ; ପଦ୍ମଫୁଲର ଗେଣ୍ଡୁରୁ ବାହାରିବା କ୍ଷୁଦ୍ର ଓ କୋମଳ ଆଣ୍ଡାକାର ବୀଜ — ୧. The seeds of lotus.
୨: ଜାଫ୍ରାନ୍ କେଶର —୨. Saffron.
୩: କେଶୁର (ଦେଖ) ୩. Keṡura (See)
୪: ଡ଼ିମ୍ବର ହଳଦିଆ ଅଂଶ — ୪. The yolk of an egg.
୫: (ଲା. କାଇସୁର୍) ଜର୍ମାନିର ଭୁତପୂର୍ବ ସମ୍ରାଟଙ୍କର ଉପାଧି — ୫. The title of the ex-emperor of Garmany.