Jump to content

କେଶୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଶୀ
ଉଚ୍ଚାରଣ: Keṡī

ସଂ. ବି. ଫୁ. (କେଶ+ଇନ୍; ୧: ମା. ୧: ବ) —

୧: ବାଳୁଆ —୧. Hairy.

୨: ୟାହାର ବାଳ ସୁନ୍ଦର ଓ ଲମ୍ବ — ୨. Having fine or long hair.

ଦେ. ବିଣ. ସ୍ତ୍ରୀ.

(ଅନ୍ୟ ଶବ୍ଦ ପରେ ଲାଗେ, ଯଥା—ଘନକେଶୀ, ସଂ. କେଶିନି; କେଶା)—କେଶ ଯୁକ୍ତ — (in compounds) Haired (as in long-haired)

ଚାରୁ ଚାମୀକର ଚମ୍ପକ ବରଣୀ ଚନ୍ଦ୍ରବଦନୀ ଚାରୁକେଶୀ ଦୀନକୃଷ୍ଣ. ଜଗମୋହନ

ସଂ. ବି —

୧: ମାଚିକା; ଓଷଧି ଚାଳୁବିଶେଷ — ୧. A kind of herbarious plant; Hibiseus Cannabinus.

୨: କଂସାର ମଲ୍ଲ; ଦୈତ୍ୟବିଶେଷ; (ଏହାକୁ ଶ୍ରୀକୃଷ୍ଣ ବଧ କରିଥିଲେ) —୨. The name of a demon slain by Ṡrīkṛushṇa.

୩: ନଦୀବିଶେଷ — ୩. The name of a river.

କେଶୀ ନଦୀ ତୀରେ ବସି ବିଚାରୁଛନ୍ତି ଦ୍ରୋଣ ସାରଳା. ମହାଭାରତ. ଆଦି

୪: ବିଷ୍ଣୁ —୪. Bishṇu.

୫: ସିଂହ —୫. Lion.

୬: ଘୋଡ଼ା —୬. House.