କୈଟଭଜିତ୍
ଦେଖଣା
କୈଟଭଜିତ୍ —
ଉଚ୍ଚାରଣ: K&aline;i̱ṭabhajit
ସଂ. ବି. (କୈଟଭ+ ଜି ଧାତୁ=ଜୟ କରିବା+କର୍ତ୍ତୃ. କ୍ବିପ୍) —
ବିଷ୍ଣୁ —Bishṇu.
[ଦ୍ର—ମାର୍କଣ୍ଡେୟ ପୁରାଣାନ୍ତର୍ଗତ ଚଣ୍ଡୀରେ ବର୍ଣ୍ଣିତ ଅଛି ଯେ ପୃଥିବୀର ମହାପ୍ରଳୟ କାଳରେ ବିଷ୍ଣୁ ଅନନ୍ତଶୟ୍ୟାରେ ଶୟନ କରିଥିବା ବେଳେ ତାଙ୍କ କର୍ଣ୍ଣମୂଳକୁ ମଧୁ ଓ କୈଟଭ ନାମକ ଦୁଇଟି ଅସୁର ବାହାରି ବିଷ୍ଣୁଙ୍କ ନାଭିକମଳୋଭୁତ ବ୍ରହ୍ମାଙ୍କୁ ଖାଇବାକୁ ବସିଲେ ନିଦ୍ରାରୁ ଉଠି ବିଷ୍ଣୁ ତାଙ୍କ ବଧ କଲେ; ତାହା କରି ନ ଥିଲେ ବ୍ରହ୍ମା ନୂତନ ସୃଷ୍ଟି କରି ପାରି ନ ଥାନ୍ତେ]