Jump to content

କୈଳାସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୈଳାସ
ଉଚ୍ଚାରଣ: K&aline;i̱ḻāsa

ସଂ. ବି. (କେଳି+ଅ=କୈଳ=କ୍ରୀଡ଼ା ସମୂହ; ସୁଖ+ଆସ୍ ଧାତୁ=ବାସ କରିବା+ଅଧିକରଣେ. ଅ) —

ଶିବ ଓ କୁବେରଙ୍କ ବାସସ୍ଥାନ; ହିମାଳୟସ୍ଥ ଗିରିବିଶେଷ — The K&aline;i̱ḻāsa mountain (one of the Himalayan mountains); the abode of Ṡiba and Kubera.

[ ଦ୍ର—ଏହା ତିଦ୍ଧତ୍ ଦେଶର ପର୍ବତ, ହିମାଳୟର ଉତ୍ତରରେ ଅବସ୍ଥିତ କୈଳାସର ପ୍ରଧାନ ଲାମାଙ୍କର ରାଜଧାନୀ ଦାରଚିନି କୈଳାସ ପର୍ବତଠାରୁ ୪: ମାଇଲ ଦୂରରେ ଅବସ୍ଥିତ ଦାରଚିନି—ଲାମାଙ୍କର ଅନୁମତି ନ ନେଇ କେହି କୈଳାସ ପର୍ବତକୁ ଯାଇ ପାରନ୍ତି ନାହିଁ ଏଠାରେ ସକଳ ପଶୁ ଶ୍ବେତକାୟ, ବେଳେ ବେଳେ ଏଠାରେ ରାତିରେ ଶୋଇଥିବା ଲୋକ ଉପରେ ବରଫ ପଡ଼ି ତାହାକୁ ଚାପିଦିଏ ଏ ପର୍ବତର ଆକୃତି ଦୋଳବେଦି ପରି କୈଳାସ ପର୍ବତ ଚତୁର୍ଦିଗରେ ନଦୀବେଷ୍ଠୀତ ନଦୀର ତୀରେ ତୀରେ ଚତୁର୍ଦ୍ଦିଗରେ ପଥ ଅଛି ଗୌରି କୁଣ୍ଡରୁ ଆକାଶଭେଦ କରି ଊର୍ଦ୍ଧଦେଶକୁ ଯେଉଁ ତୁଷାରବୃତ ଶୃଙ୍ଗ ଉଠିଛି ତାକୁ କୈଳାସ ଶିଖର କହନ୍ତି ଏହାର ଆକାର ଶିବଲିଙ୍ଗ ସଦୃଶ ଏଥିରେ ଶତ ଶତ ତୁଷାର— ମଣ୍ଡିତ ଶିବଲିଙ୍ଗ ସଦୃଶ ଶୃଙ୍ଗ ଅଛି ଏ ଶୃଙ୍ଗମାନ କୈଳାସା— ନ୍ତର୍ଗତ ହେଲେହେଁ କୈଳାସର ସର୍ବୋଚ୍ଚତମ ଶିଖରକୁ କୈଳାସ କୁହାଯାଏ ଏ ପର୍ବତରେ ଅନେକଗୁଡ଼ିଏ ବୌଦ୍ଧ ମଠ ଅଛି ଏଠାରେ ଥିବା ମନ୍ଦିର ମଧ୍ୟରେ ଶୁକ୍ଳପ୍ରସ୍ତର ନିର୍ମିତ ଶିବଲିଙ୍ଗ ଅଛନ୍ତି ଲାମା ମାନେ ସ୍ନାନାନ୍ତେ କୁଙ୍କୁମ, କେଶର ଦେଇ ମନ୍ତ୍ରପାଠ— ପୂର୍ବକ ଏହି ଲିଙ୍ଗମାନଙ୍କୁ ପୂଜା କରନ୍ତି ଓ ଏମାନଙ୍କ ଆରତି ବେଳେ ଶଙ୍ଖ, ବଂଶୀ ଓ ଡ଼ମରୁ ବାଜେ ଶିବ ମନ୍ଦିରର ପାର୍ଶ୍ବବର୍ତ୍ତୀ ମନ୍ଦିରରେ ଚତୁର୍ଭୁଜା କାଳୀମୂର୍ତ୍ତୀ ଅଛନ୍ତି ନିକଟରେ ମାନସହ୍ରଦ ]