କୋକ
କୋକ —
ଉଚ୍ଚାରଣ: Koka
নেকড়ে
ସଂ. ବି. (କୋ=ଜଳ+ଉକ ଧାତୁ=ଗମନ କରିବା+କର୍ତ୍ତୃ. ଅ) —
୧: ଚକ୍ରବାକ ପକ୍ଷୀ; ଚକୁଆଚକୋଈ ପକ୍ଷୀ — ୧. The Brahmani duck; the ruddy sheldrake or goose; Casarca Rutila.
[ଦ୍ର—ଏ ପକ୍ଷୀମାନେ ଶୀତକାଳରେ ଏ ଦେଶକୁ ଆସନ୍ତି, ପାଣିକୂଳରେ ଜୋଡ଼ା ଜୋଡ଼ା ହୋଇ ରହନ୍ତି ପ୍ରବାଦ ଅଛି ଯେ ସନ୍ଧ୍ୟାହେଲାରୁ ଚକୁଆ ଚକୋଈ ମିଥୁନ ନଦୀର ଭିନ୍ନ ଭିନ୍ନ ପାରକୁ ଉଡ଼ିୟାଆନ୍ତି ରାତିୟାକ ବିଚ୍ଛେଦଦୁଃଖରେ ଚକୋଈ ବୋବାଉଥାଏ, ସକାଳ ହେଲାରୁ ଏମାନଙ୍କର ମିଳନ ହୁଏ ]
୨: ଭେକ; ବେଙ୍ଗ —୨. Frog.
୩: କୋକିଳ —୩. Cuckoo.
୪: ବନ୍ୟଖର୍ଜୂର ଗଛ —୪. Wild date tree.
୫: ଏଣ୍ଡୁଅ —୫. Chameleon; wild lizard.
୬: ଗଧିଆ; ବୃକ; ହେଟାବାଘ — ୬. Hyena; the Indian wolf; Cannes Pallepis.
୭: ବଳିଆକୁକୁର —୭. Wild dog.
୮: ରତିଶାସ୍ତ୍ର ପ୍ରଣେତା ପଣ୍ଡିତବିଶେଷ; କୋକଦେବ — ୮. Name of a sage, author of a treatise on copulation.
ଗ୍ରା. (ଶିଶୁବଚନ) ବି —
କୋକବାୟା (ଦେଖ) Kokabāyā (See)