Jump to content

କୋକନଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋକନଦ
ଉଚ୍ଚାରଣ: Kokanada
ଓ. ନାଲିକଇଁ , ରଙ୍ଗକଇଁ রক্তপদ্ম, লাল শালুক लाल कमल ମା. ତାବଡ଼୍ଯେଂ କମଳ ଗୁ. ରାତନା ଉଘେଡ଼େତେ ତେ. ଏରାକାଲାବା ତା. କରିୟାଁତାବାରେ

ସଂ. ବି. (କୋକ=ଚକ୍ରବାକ ପକ୍ଷୀ+ନଦ୍ ଧାତୁ, ଣିଜନ୍ତ ନଦି ଧାତୁ=ଶଦ୍ଦ କରାଇବା=କତ୍ତୃ. ଅ; ୟାହା ପକ୍ଷୀକୁ ରବଯୁକ୍ତ କରାଏ; ଅର୍ଥାତ୍ ୟାହାକୁ ଫୁଟିବା ଦେଖି ଚକୋରୀ ଭ୍ରମରେ ଚକୋର ପକ୍ଷୀ ବିଚାରି ରାବ କରେ) —

୧: ରକ୍ତ ପଦ୍ମ —୧. Red-petalled lotus; Nymphea lotus (red variety).

୨: ରକ୍ତ କୁମୁଦ; ନାଲି କଇଁ — ୨. Red water-lily; Nelumbium Speciosum (red variety).

[ ଦ୍ର—ଏହା କୁମୁଦ ଜାତୀୟ; ପତ୍ର ଇଷତ୍ ରକ୍ତବର୍ଣ୍ଣ, ଡ଼େମ୍ଫ ଓ ପୁଲ ନାଲି; ବୈଦଶାସ୍ତ୍ର ଅନୁସାରେ ଏହା ଶୀତବୀର୍ୟ୍ୟ, କଟୁତିକ୍ତମଧୁର, ରକ୍ତଦୋଷହର, ବୃଷ୍ୟ ଓ କଫବାତ— ପିତ୍ତନାଶକ ରକ୍ତପଦ୍ମ ଓ ରକ୍ତ କୁମୁଦ ପୃଥକ ଜାତୀୟ, ରକ୍ତପଦ୍ମ ପଦ୍ମଜାତୀୟ, ରକ୍ତକୁମୁଦ କୁମୁଦ ଜାତୀୟ, କିନ୍ତୁ କକୋନଦ ସାଧାରଣତଃ ରକ୍ତକୁମୁଦ ଅର୍ଥରେ ବ୍ୟବହୃତ ]

୩: (ନାମ) କୋକନାଡ଼ା; ମାନ୍ଦ୍ରାଜ ପ୍ରଦେଶର ଗୋଟିଏ ଜିଲ୍ଲା ଓ ତାଲୁକ ଓ ଜିଲ୍ଲାର ରାଜଧାନୀ (ଏ ଜିଲ୍ଲାର ଅନ୍ୟ ନାମ ଗୋଦାବରୀ ଜିଲ୍ଲା; ଏହା ମଧ୍ୟ ଗୋଟିଏ ବନ୍ଦର) — ୩. Coconada or Godavari disrtict; a sub- division and seaport town of that name.