କୋକେନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋକେନ୍
ଉଚ୍ଚାରଣ: Koken

ବୈଦେ. ବି (ଇଂ. କୋକେନ୍) —

ବିଦେଶରୁ ଆମଦାନୀ ହେବା ଧଳା ମାଦକ ଚୂର୍ଣ୍ଣଦ୍ରବ୍ୟବିଶେଷ — Cocaine; an alkaloid derived from the ripe leaves of a South American tree, Arythroxion Coca.

[ଦ୍ର—ଡାକ୍ତରମାନେ ଶସ୍ତ୍ରଚିକିତ୍ସା କରିବା ପୂର୍ବରୁ ଅସ୍ତର କରାଯିବା ଅଂଶରେ କୋକେନ୍ ପ୍ରୋୟଗ କରିଦିଅନ୍ତି ଓ କୋକେନ୍ ଲଗା— ହେବା ସ୍ଥାନକୁ କାଟିଲେ ମନୁଷ୍ୟକୁ କାଟେ ନାହିଁ ଏହାକୁ ଲୋକେ ମାଦକଦ୍ରବ୍ୟରୂପେ ସେବନ କରନ୍ତି ଓ ପାନ ସଙ୍ଗେ ବ୍ୟବହାର କରନ୍ତି ଏହାକୁ ଖାଇବାକ୍ଷଣି ଜିଭ ମୋଟା ଜଣାଯାଏ ସରକାର ଏହା ସମ୍ବନ୍ଧରେ ଭାରି କାଇଦା କରିଅଛନ୍ତି; ତଥାପି ଚୋରା ଆମଦାନୀ ହୋଇ ଏହା ମାଦକଦ୍ରବ୍ୟରୂପେ ସ୍ଥାନେ ସ୍ଥାନେ ଚଳୁଅଛି ଏ ଗଛ ପୂର୍ବେ ଦକ୍ଷିଣଆମେରିକାରେ ଥିଲା; ବର୍ତ୍ତମାନ ଅନ୍ୟାନ୍ୟ ଦେଶକୁ ଆମଦାନୀ ହୋଇଅଛି ଏ ଗଛର ପାଚଲା ପତ୍ରକୁ ଛେଚି ବତୁରାଇଲେ ମଣ୍ଡ ପରି ଧଳା ଚୂନା ପାତ୍ରର ତଳେ ବସିଯାଏ ଏ ଗଛକୁ ଆଣି ବର୍ତ୍ତମାନ ଲଙ୍କା, ଆସାମ ଓ ମାନ୍ଦ୍ରଜର ନୀଳଗିରି ପାର୍ବତ୍ୟଅଞ୍ଚଳରେ ଲୋକେ ଲଗାଇ କୃଷି କଲେଣି ଏ ଗଛର ଶୁଖିଲା ପତ୍ର ଚାହା ଗଛର ପତ୍ର ପରି ଦକ୍ଷିଣ ଆମେରିକାର ପେରୁ ଓ ବଲିଭିଆର ଲୋକେ ଏହାର ପତ୍ର ଚୂନ ସଙ୍ଗେ ମିଶାଇ ଖାଆନ୍ତି; ଏହା ଖାଇଲେ ଶ୍ରାନ୍ତ ଦୂର ହୁଏ ଓ ମଧୁର ନିଶା ହୁଏ]