କୋଚ
ଦେଖଣା
କୋଚ —
ଉଚ୍ଚାରଣ: Kocha
ସଂ. ବି. (କୁଚ ଧାତୁ+ଭାବ. ଅ) —
୧: ଶୁଖିଯିବା — ୧. Becoming dry.
୨: ଶୁଖିଯିବା ଅବସ୍ଥା —୨. Aridity; dryness.
୩: କେଉଟ ପିତା ଓ କଂସେଇ ମାତାଠାରୁ ଜାତ ଜାତିବିଶେଷ — ୩. Name of a low hybrid caste.
୪: ଲୁହାର ଖିଲ ବା କୀଳା — ୪. Iron nail or peg.
୫: ପାଣିସାରୁ (ହରେକୃଷ୍ଣ. ଦ୍ରବ୍ୟଗୁଣ) (ଦେଖ) ୫. Pāṇisāru (See).
ସଂ. ବିଣ (+କର୍ତ୍ତୃ. ଅ) —
ସଂକୋଚକ; ୟାହା କୌଣସି ପଦାର୍ଥକୁ ସଂକୁଚିତ କରେ — Contracting; causing contraction.
ଦେ. ବି —
କୁଚବିହାର ରାଜ୍ୟର ଲୋକ — An inhabitant of Coochbehar.