କୋଚିଆ
ଦେଖଣା
କୋଚିଆ —
ଉଚ୍ଚାରଣ: Kochiā
কুচিয়া, কুঁচিয়্রা, কুচে
गोन्छी, गोची
ଦେ. ବି. (ସଂ. କୁଚିକ, ପୁଂ; କୁଚିକା. ସ୍ତ୍ରୀ) —
ସର୍ପାକୃତି ଜଳଚର କ୍ଷୁଦ୍ର ଜନ୍ତୁ — Unibrachapertura Cuchiya; Muraena; A pterygia Synbrache; small electric eel; Gymnotus.
[ଦ୍ର—ଏହାକୁ ବାଉରି, କଣ୍ଡରା, ପାଣ ଆଦି ଛୋଟ ଜାତିର ଲୋକମାନେ ଖାଆନ୍ତି ଏହା ଦେହରେ ମାଛ ଭଳି ଛୋଟ ପକ୍ଷୀ ଓ ଲାଞ୍ଜ ଥାଏ; ଏ ପଙ୍କ ଓ ଜଳ ମଧ୍ୟରେ ରହେ ଏହା ଦେହରେ ବୈଦ୍ଯୁତିକ ଶକ୍ତି ଅଛି ଏହାର ବର୍ଣ୍ଣ ହଳଦିଆ ଓ ନାଲି ମିଶା ପାଣ୍ଡୁର ରୁଗ୍ଣ ଓ ଶୀର୍ଣ୍ଣ ଶିଶୁ ଦେହରେ କୋଚିଆ ଆଣି ଗୁଡ଼ାଇ ଦେଲେ ଉପକାର ହେବାର ଦେଖାଯାଏ କୋଚିଆ ଉଭୟଚର ମାଛ ଅପେକ୍ଷା ଏ ଅଧିକ କାଳ ଶୁଖିଲା ଜାଗାରେ ବଞ୍ଚି ରହି ପାରେ ଏହାକୁ ଧରି ପକାଇଲେ କ୍ଷଣକାଳ ଦେହ ଝିମିଝିମି ହୋଇ ଯାଏ କଥିତ ଅଛି ଯେ ଏହାର ଦଂଶନ ଗୋରୁ ପକ୍ଷରେ ମାରାତ୍ମକ କିନ୍ତୁ ମନୁଷ୍ୟ ପକ୍ଷରେ ନିରାପଦ (M.W.), କୋଚିଆରକ୍ତ ଗାଢ଼ ହରିତାଭ ରକ୍ତବର୍ଣ୍ଣ]