Jump to content

କୋଚିନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଚିନ୍
ଉଚ୍ଚାରଣ: Kochin

ଦେ. ବି. (ନାମ) —

୧: ଦକ୍ଷିଣ ଭାରତର ମାଲାବାର ଉପକୂଳସ୍ଥ ଦେଶ — ୧. Cochin, a country in S.W. India.

[ଦ୍ର—ଦକ୍ଷିଣ ଭାରତର ପଶ୍ଚିମ ବା ମାଲାବର ଉପକୂଳରେ ମାନ୍ଦ୍ରାଜ ପ୍ରଦେଶରେ ତ୍ରବାଙ୍କୁଡ଼ ରାଜ୍ୟର ଉତ୍ତରରେ ହିନ୍ଦୁ ମହାରାଜାଙ୍କ ଶାସିତ ଗୋଟିଏ ହିନ୍ଦୁରାଜ୍ୟର ନାମ କୋଚିନ୍; ଏ

ରାଜ୍ୟର ରାଜଧାନୀ ଏର୍ନାକୁଳମ; ଏହି କୋଚିନ୍ ରାଜ୍ୟଦ୍ବାରା ଚରୁର୍ଦ୍ଦିଗରେ ବେଷ୍ଟିତ ୨: ବର୍ଗମାଇଲ ବ୍ୟାପୀ ଇଂରାଜୀ— ଶାସିତ ମାଲାବର ଜିଲ୍ଲାର ଗୋଚିଏ ସବ୍ଡିଭିଜନ୍ ବା ତାଲୁକର ନାମ କୋଚିନ୍ ଓ ଏହି ତାଲୁକର ଅନ୍ତର୍ଗତ କୋଚିନ୍ ନାମରେ ଗୋଟିଏ ବନ୍ଦର ଅଛି କ୍ରିବାଙ୍କୁଡ଼ର ଉତ୍ତର ପଶ୍ଚିମରେ ଚିଲିକା— ପରି ଗୋଟିଏ ସାମୁଦ୍ରିକ ହ୍ରଦ ଅଛି; ସେ ହ୍ରଦର ମୁହାଣରେ କୋଚିନ୍ ବନ୍ଦର ଅବସ୍ଥିତ]

୨: ଶ୍ୟାମ ରାଜ୍ୟର ପୂର୍ବରେ ଓ ଚୀନ ଉପସାଗରର ପଶ୍ଚିମରେ ଅବସ୍ଥିତ ଫ୍ରାନ୍ସ ଅଧିକୃତ ଦେଶ; କୋଚିନ୍ଚାଇନା — ୨. Cochin China; French Indo-china to the east of Siam.