Jump to content

କୋଚିଲାଖାଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଚିଲାଖାଇ
ଉଚ୍ଚାରଣ: Kochiḻākhāi
ধনেশ পাখী धनेब

ଦେ; ବି. —

ଓଡ଼ିଶା ବଡ଼ ଗଡ଼ଜାତର ଏକ ଜାତୀୟ ବନ୍ୟ— ପକ୍ଷୀ —Anthacoceros Coronatus; The Indian Hornbill; Toucan found in the Orissa jungles.

ଅଚଳେ କୋଚିଳା ଖାଇଙ୍କ ରାବ ରାଧାନାଥ. ନନ୍ଦିକେଶ୍ବରୀ

[ଦ୍ର— ଏ ଲମ୍ବରେ ପ୍ରାୟ ଅଢ଼େଇ ହାତ ହୁଏ; ପକ୍ଷ ଧଳା ଓ କଳା; ଥଣ୍ଟରେ ଉପର ଫାଳକ ଚେପ୍ଟା ଓ ପୋଲା,ଏହା ଚାରିଆଙ୍ଗୁଳି ଠାରୁ ଆଠଆଙ୍ଗୁଳି ପର୍ଯ୍ୟନ୍ତ ଲମ୍ବ ଓ ବଙ୍କା ଏ ପକ୍ଷୀ କୋଚିଲା ଫଳକୁ ଗୋଟାସୁଦ୍ଧା ଖାଉଥିବାରୁ, ଏହାର ପେଟ ଚିରିଲେ ତହିଁରୁ କୋଚିଲା ମଞ୍ଜି ବାହାରେ ଆମବାତ ରୋଗରେ କୋଚିଲା ଖାଇ ଚଢ଼େଇର ମାଂସ, ପକ୍ଷୀ ଓ ହାଡ଼ସିଝା କ୍ବାଥ ବିଶେଷ ଉପକାରୀ

ମାଈ କୋଚିଲାଖାଇ ଗଛକୋରଡ଼ରେ ଡ଼ିମ୍ବ ଦିଏ ଓ ତାହା ମଧ୍ୟରେ ଅଣ୍ଡିରା ପକ୍ଷୀକୁ ଡିମ୍ବ ଉଷୁମାଇବା ପାଇଁ ରଖାଇ କୋରଡ଼ ମୁହଁ ମାଟିରେ ବନ୍ଦ କରିଦିଏ ଏବଂ ତହିଁରେ ଗୋଟିଏ କଣା ରଖି— ଥାଏ ଓ ସେହି କଣାବାଚେ ଖାଦ୍ୟ ଆଣି ଅଣ୍ଡିରା ପକ୍ଷୀକୁ ଦେଉଥାଏ ଏ ଜାତୀୟ ଏକହାତ ଲମ୍ବର ପକ୍ଷୀକୁ ଭାଲିଆଖାଇ (Lophocerus Birostris) କହନ୍ତି]