Jump to content

କୋଟ୍ରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଟ୍ରା
ଉଚ୍ଚାରଣ: Koṭrā

ଦେ. ବି —

୧: ଚାରି ଶାଖା ଓ ଦୁଇ ଶିଙ୍ଗବିଶିଷ୍ଟ ଏକ ଜାତୀୟ କ୍ଷୁଦ୍ରମୃଗ; କୁଟୁରା —୧. A species of small deer; four horned antilope.

[ଦ୍ର—ଏ ଜାତିର ମୃଗର ରଙ୍ଗ ଖଇରା; ଲୋମ ଟାଆଁସା, ପୁଚ୍ଛ ଛୋଟ ଓ ଆକାର ମଧ୍ୟ ଛୋଟ ପୁଂଜାତିର ଦୁଇ ଶିଙ୍ଗରୁ ଗୋଟିଏ ଲେଖାଏଁ ଶାଖା ହୁଏ ଏହାର ମାଂସ ସୁସ୍ବଦୁ ଶିଂଘଏକ ଫୁଟରୁ ବେଶି ହୁଏ ନାହିଁ; ଏହାର ଚର୍ମ ପାଣ୍ଡୁର; ମୃଗ ପରି ଏହାର ଚର୍ମ ସଚିତ୍ର ନୁହେଁ; ଏହାର ଗତି ଖୁବ ଦୃତ ଥିବାରୁ ଏ ସହଜରେ ଶିକାରୀଙ୍କ ଦ୍ବାରା ଆହାତ ହେଇ ପାରେ ନାହିଁ]

୨: ଏକଜାତୀୟ କ୍ଷୁଦ୍ର ନିଶାଚର ରାବକାରୀ ମୃଗ — ୨. A species of deer barking in the night; barking deer.