Jump to content

କୋଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଡ଼ା
ଉଚ୍ଚାରଣ: Koṟḍ̠ā
কোড়া; কড়া कोडा

ଦେ. ବି. (ସଂ. କଟ=ସୂତ୍ର; ରଜ୍ଜୁ) —

୧: ଚାବୁକ; ଛାଟ — ୧. Whip; scourge.

୨: ଛାଟେଣୀ; ନାଲ୍ପଟା; ପାଞ୍ଚଣ ଅଗତେ ବନ୍ଧା ହୋଇଥିବା ଛାଟେଣୀ — ୨. A cat-o'-nine-tails.

୩: କୃଷିକ୍ଷେତ୍ରକୁ କୋଡ଼ିରେ ହାଣିବା — ୩. The operation of spading a field.

୪: ମାଡ଼ —୪. Beating.

ପ୍ରାଦେ. (ସମ୍ବଲପୁର) ବି (ସଂ. କୋଟର) —

୧: ବୃକ୍ଷର କୋଟର —୧. Hollow of a tree.

୨: (ସଂ. କୋଳ); ଅନାର୍ୟ୍ୟ କୋହ୍ଲ ଜାତି — ୨. The Kohla-tribe.

[ଦ୍ର—ଏମାନେ ମାଟି ଖୋଳିବା ଆଦି କାର୍ଯ୍ୟ କରନ୍ତି]