କୋଡ଼ିବା
କୋଡ଼ିବା —
ଉଚ୍ଚାରଣ: Koṟḍ̠ibā
কুড়া
कोड़ना, गोडना
ଦେ. କ୍ରି. (ସଂ. କୁଟ୍ଟ ଧାତୁ=କାଟିବା; ହାଣିବା; ତୁଳ= ତା. କୋଲ୍=ହତ୍ୟା କରିବା) —
୧: କୋଡ଼ି ଦ୍ବାରା ମାଟି ହାଣିବା — ୧. To cut clods of earth with the spade.
ନଦୀ ତଟ ଭୂମି କୋଡ଼ିରେ କୋଡ଼ି ଦେଇ କୃଷ୍ଣସିଂହ. ମହାଭାରତ. ବନ
୨: ମୁଣ୍ଡକୁ ଭୂଇଁରେ ପିଟିବା ବା ବାଡ଼େଇବା — ୨. To strike the head on the ground.
କହନ୍ତି କୁମାରୀମାନେ ଭୁମେ ମୁଣ୍ଡ କୋଡ଼ି ବିଷ୍ଣୁକେଶରୀ ପୁରାଣ
୩: ବିଶେଷ ମାଡ଼ ଦେବା; ପ୍ରାହାର କରିବା; ଛେଚିବା — ୩. To give a sound beating or cudgelling.
ରଥେ ରଖି ବେକ ଗୋଡ଼କୁ ଏକାଠାରେ ବାନ୍ଧି ହରି ସେ ବିଧା କୋଡ଼ିଲେ ପିଠିରେ କୃଷ୍ଣସିଂହ. ମହାଭାରତ. ବିରାଟ
୪: ବିଶେଷ ଭାବରେ ବର୍ଷା କରିବା — ୪. To rain cats and dogs.
(ଯଥା—ଆଜି ସକାଳୁ ମେଘ ଗୁଡ଼ାଏ କୋଡ଼ିଲାଣି)
୫: କୌଣସି ଏକ ବସ୍ତୁକୁ ଅନ୍ୟ ବସ୍ତୁ ଉପରେ ବାଡ଼େଇବା; ଆଘାତ କରିବା —୫. To strike against.
ହସ୍ତକୁ ଚୂଡ଼ିମାନଙ୍କୁ ପାଷାଣରେ କୋଡ଼ି ସାରଳା ମହାଭାରତ ଭୀଷ୍ମ