କୋଢ଼
କୋଢ଼ —
ଉଚ୍ଚାରଣ: Koṟḍ̠ẖa
কুঠ; কুড়
कोढ़
ଦେ. ବି. (ସଂ. କୃଷ୍ଠ; ପ୍ରା. କୁଡ଼୍ଢ଼) —
୧: ଗଳିତ କୁଷ୍ଠରୋଗ — ୧. Leprosy.
୨: କୁଷ୍ଠରୋଗର ଘାଆ — ୨. Sores due to leprosy.
[ଦ୍ର—କୋଢ଼ ବା କୁଷ୍ଠରୋଗ ରକ୍ତ ଓ ଚର୍ମସମ୍ବନ୍ଧୀୟ ମହାବ୍ୟାଧି— ରୂପେ ପରିଗଣିତ ଏହା ସଂକ୍ରାମକ ଓ ପୁରୁଷାନୁକ୍ରମିକ ବୈଦଶାସ୍ତ୍ର— ଅନୁସାରେ କୋଢ଼ ୧୮: ପ୍ରକାର ମଧ୍ୟରୁ କାପାଳ, ଉଦୁଂବର, ମଣ୍ଡଳ, ସିଧୁ, କାକଣକ, ପୁଣ୍ଡରୀକ ଓ ଋକ୍ଷଜିହ୍ବ ନାମକ ୭: ପ୍ରକାର କୋଢ଼କୁ ଅସାଧ୍ୟ ମହାକୁଷ୍ଠ କହନ୍ତି ଏକକୁଷ୍ଠ, ଗଜଚର୍ମ, ଚର୍ମଦଳ, ବିଚର୍ଚ୍ଚିକା, ବିପାଦିକା, ପାମା, କଚ୍ଛୁ, ଦଦ୍ରୁ, ବିସ୍ଫୋଟ, କିଟିମ ଓ ଅଳସଳ ନାମରେ ୧୧: ପ୍ରକାର କୋଢ଼କୁ କ୍ଷୁଦ୍ରକୁଷ୍ଠ କହନ୍ତି ଏ ୧୧: ପ୍ରକାର ସାଧ୍ୟ ରୋଗ କୋଢ଼ ହେବା ପୂର୍ବରୁ ଚମଡ଼ା ମୋଟ ଓ ସ୍ଫର୍ଶାନୁଭୁତି ହୀନ ହୋଇ ଦେହରେ ନାଲି, ଧଳା ଓ କଳା ମନ୍ଦା— ମନ୍ଦା ଛଉ ହୁଏ ଓ ସ୍ଥାନେ ସ୍ଥାନେ ଦେହ ଫୁଲି ଯାଏ ଗଳିତ କୁଷ୍ଠରେ ହାତଗୋଡ଼ର ଆଙ୍ଗୁଠିମାନ ଓ କାନ ନାକରେ ଘାଆ ହୋଇ ସେମାନେ ଛିଣ୍ଡି ପଡ଼େ କୁଷ୍ଠରୋଗୀକୁ ଲୋକେ ଘୃଣା କରନ୍ତି ବର୍ତ୍ତମାନ ପାଶ୍ଚାତ୍ୟ ଡାକ୍ତରମାନେ ଇନ୍ଜେକ୍ସନ୍ ଓ ଔଷଧଦ୍ବାରା ଏ ରୋଗର ବୀଜାଣୁ ଦେହକୁ ନଷ୍ଟ କରି ଏ ରୋଗକୁ ଆରୋଗ୍ୟ କରିବାର ଦେଖା ୟାଉଅଛି]