କୋଣାର୍କ
କୋଣାର୍କ —
ଉଚ୍ଚାରଣ: Koṇārka
ସଂ. ବି. (ନାମ) —
ହିନ୍ଦୁ ତୀର୍ଥବିଶେଷ (ଏହା ପୁରୀଜିଲ୍ଲାରେ ପୁରୀ— ସହରର ଉତ୍ତରପୂର୍ବଦିଗରେ ସମୁଦ୍ରକୂଳରେ ଅବସ୍ଥିତ) — A place of Hindu-pilgri-age (situated to the northest of Purī town).
[ଦ୍ର—ପୁରୀକାଳରେ ମହର୍ଷି ମୈତ୍ରେୟ ନିଜର ତପସ୍ୟାବଳରେ଼ ଏ କ୍ଷେତ୍ରର ଉତ୍ପତ୍ତି ବିଧାନ କରିଥିବାରୁ, ଏହାର ନାମ ମୈତ୍ରେୟବନ ଥିଲା ତତ୍ପରେ ସୂର୍ଯ୍ୟନାରାୟଣଙ୍କର ଭିନ୍ନ ଭିନ୍ନ ନାମାନୁସାରେ ଏହା ରବିକ୍ଷେତ୍ର, ଅର୍କକ୍ଷେତ୍ର ଓ ସୁର୍ୟ୍ୟକ୍ଷତ୍ର ନାମ ମାନ ଧାରଣ କଲା କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ରାମଚଣ୍ଡୀ କୋଣାର୍କ ମନ୍ଦିରର ଦକ୍ଷିଣ— ପଶ୍ଚିମ କୋଣରେ ଏକ କ୍ଷୁଦ୍ର ମନୋହର କାରୁକାର୍ଯ୍ୟବିଶିଷ୍ଟ ମନ୍ଦିର ମଧ୍ୟରେ ପ୍ରତିଷ୍ଠିତ ଥିଲେ ମନ୍ଦିର ଭାଙ୍ଗି ଯିବାରୁ ଦେବୀ ସ୍ଥାନାନ୍ତରିତ ହୋଇ ବର୍ତ୍ତମାନ 'ଲିଆଖିଆ' ନଦୀମୁହାଁଣ ନିକଟରେ ଅଛନ୍ତି ମଦନମୋହନ ତୀର୍ଥଦର୍ଶନ]
ଲାଙ୍ଗୁଳା ନରସିଂହ ଦେବଙ୍କ ରାଜତ୍ବର ଦ୍ବିତୀୟ ବର୍ଷ ଅର୍ଥାତ୍ ୧୨୨୫: ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିରନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୬: ବର୍ଷରେ ଅର୍ଥାତ୍ ୧୨୪: ଖ୍ରୀଷ୍ଟାବ୍ଦରେ ଶେଷ ହୋଇଥିଲା ଏଥିରେ ବାରଶହ ଶିଳ୍ପୀ ଷୋଳ ବର୍ଷ କାଳ ଲାଗିଥିଲେ ମନ୍ଦିର— ନିର୍ମାଣରେ ଉତ୍କଳର ବାର ବର୍ଷର ରାଜସ୍ବ ଅନ୍ବ୍ୟନ ଚାଳିଶି କୋଟି ଟଙ୍କା ବ୍ୟୟ କରାଯାଇଥିବାର ଅନୁମିତ ହୁଏ ସମଗ୍ର ଭାରତରେ ଏହା ଉଚ୍ଚତମ ମନ୍ଦିର ଥିଲା ଏଠା ବଡ଼ଦେଉଳରେ ଉଚ୍ଚତା ୨୩: ଫୁଟ ଏବଂ ମୁଖଶାଳା ୧୫: ଫୁଟ ଥିଲା ମନ୍ଦିରର କାରୁକାର୍ଯ୍ୟ ମନୋମୁଗ୍ଧକର କୃପାସିନ୍ଧୁ ଉତ୍କଳ ଇତିହାସ]