କୋଦୁଅ
ଦେଖଣା
କୋଦୁଅ —
ଉଚ୍ଚାରଣ: Kodua
কোদো, কোদাঘান
कोदो, कोदइ
ମ. ହରୀକ
ଗୁ. କୋଦରୋ
ତେ. ଆଲୁବାଲୁ
ଆ. କୋଦ୍ରୁ
ତା. ହାରକଂ
ଦେ. ବି. (ସଂ. କୋଦ୍ରବ, କୋରଦୂଷକ) —
ଓଡ଼ିଶାର ଧାନ ବିଲରେ ମନକୁ ଜନ୍ମିବା ଏକ ପ୍ରକାର ବଣ୍ୟତୃଣ —A grain growing wild in paddy-fields in Orissa and cultivated in Behar; Paspalum Scorobiculatum; Punctured Paspalum (grain).
[ଦ୍ର—ଏହାର ପତ୍ର ମତ୍ସ୍ୟାକାର ଓ ବିଷାକ୍ତ; ଏହାର ଫଳରୁ ଧଳା ଧଳା ଗୋଲ ଦାନାଦାର୍ ଚାଉଳ ବାହାରେ ଗରିବମାନେ ଏହାକୁ ସିଦ୍ଧ କରି ଖାଆନ୍ତି ବିହାରର ନିକୃଷ୍ଟ ଜମିରେ ଏହାର ଚାଷ କରଯାଏ ଗଛ ୧/?/: ହାତ ପର୍ଯ୍ୟନ୍ତ ଉଚ୍ଚରେ ବଢ଼େ ଏହା ବାତ— ଜନକ, ସଂଗ୍ରାହୀ, ଶୀତଳ ଓ ପିତ୍ତକଫନାଶକ]