କୋପରା
ଦେଖଣା
କୋପରା —
ଉଚ୍ଚାରଣ: Koparā
कोपर
ଦେ (ପ୍ରାଚୀନପଦ୍ୟ) ବି. (ସଂ ଖର୍ପର; କପାଳ; ତୁଳ ଖପରା) —
୧: ଥାଳିପରି ବେଣ୍ଟଲଗା ଚଟକା ଧାତୁପାତ୍ର —A shallow metal plate with a long handle attached to it to enable it to be lifted with ease.
୨: ମନୁଷ୍ୟର ଖପୁରି ଆକୃତିର ପାତ୍ର — ୨. A skull-like earthen vessel.
ଅଶି ଆଇବତ ତେବ ସୁବର୍ଣ୍ଣ କୋପରା, ସୁବର୍ଣ୍ଣ ଦୀପରୁଖା ଦେବ ଅଇବ୍ରତେ ଖୁରା ସାରଳା. ମହାଭାରତ. ଆଦି
[ଦ୍ର—ଏହା ପିତ୍ତଳ ବା ଅନ୍ୟ ଧାତୁର ଥାଳିପରି ଚଟକା ପାତ୍ର; ଏହାର ଗୋଟିଏ ପାଖରେ ଅଣକବେଣ୍ଟ ପରି ଗୋଟିଏ ବଡ଼ ବେଣ୍ଟ ଲାଗିଥାଏ; ସେ ବେଣ୍ଟକୁ ଧରି ଏହାକୁ ସହଜରେ ଭୂମିରୁ ଟେକାଯାଇ ପାରେ; ତୁଳସୀଦାସଙ୍କ ରାମାୟଣରେ 'କୋପର' ଶବ୍ଦ ବ୍ୟବହୃତ ହୋଇଅଛି]