କୋବା
ଦେଖଣା
କୋବା —
ଉଚ୍ଚାରଣ: Kobā
কোবা
थापी, कोबा
ବୈଦେ. ବି. (ଫା. କୋବା; ତୁଳ. ସଂ. ନାମ—କୋଣୀ— ଯୋଗେଶଚନ୍ଦ୍ର) —
୧: କୋଠା ଛାତରେ ଗୋଡ଼ି ପିଟିବାରେ ବ୍ୟବହୃତ କାଠନିର୍ମିତ ପିଟଣା — ୧. A small wooden rammer used by masons to ram the concrete on a roof or floor.
୨: ଖୋବା; ଭୂମିରେ ପୋତାଯିବା କାଠର ମୁନିଆଁ ଦଣ୍ଡ — ୨. Pionted stakes for driving into the earth to serve as posts.
୩: ପିଟା; ପ୍ରହାର; କୋବିବା — ୩. Cudegelling; beating.
ଦେ. (ପଦ୍ୟ) ସର୍ବନାମ. (ସଂ କୋବା) —
ଏ କିଏ? କିଏ ବା? —who (is this person)?
ବେଭାରେ ମୁଁ ବୋଲି ଚିହ୍ନି ନ ପାରିଟି ପୁଚ୍ଛି କୋବା ଡ଼ାକେ ଭଞ୍ଜ. ବୈଦେହୀଶବିଳାସ
ଦେ. (ଧ୍ଵନ୍ୟନୁକରଣ) ଅ —
କାଳକଣ୍ଠ ପକ୍ଷୀର ଶବ୍ଦ — The sound of the bird 'Kāḻakaṇṭha'.
କୋବା କୋବା କାଳକଣ୍ଠଙ୍କ ଋତ ଅଭିମନ୍ଯୁ ବିଦଗ୍ଧଚିନ୍ତାମଣି