Jump to content

କୋବି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋବି
ଉଚ୍ଚାରଣ: Kobi
কোপি; কপি कोबी, गोमी

ବୈଦେ. ବି. (ପର୍ତ୍ତୃଗୀଜ୍—କୋବେ; ତୁଳ, ଇଂ. କାବ୍ବେଜ୍) —

ଶୀତକାଳରେ ଜନ୍ମିବା ସର୍ଷପାଦି ବର୍ଗର ବିଦେଶୀୟ ଶାକଗୁଳ୍ମ — Cabbage; Brassica Olearacea.

[ଦ୍ର—ଏ ଦେଶରେ ଏହାର ବିସ୍ତୁର ଚାଷ ହେଉଅଛି; ଏହା ପ୍ରଧାନତଃ ତିନି ଶ୍ରେଣୀର; ଯଥା—(୧: ) ଫୁଲକୋବୀ (Cauliflower); ଏହାର ଫୁଲ ଫୁଲତୋଡ଼ା ପରି ହୁଏ, (୨: ) ବନ୍ଧାକୋବି (cabbage), ଏହାର ପତ୍ର ପରସ୍ପର ଗୁଡ଼ାଇ ହୋଇ ତାଳ ପରି ଟାଣୁଆ ହୁଏ, (୩: ) ଉଲ ବା ଓଲ୍କୋବି (knol-kohl); ଏହାର ମୂଳ ଓଲୁଅ ଭଳି ଭୂମି ଉପରେ ବାହାରେ ବର୍ଣ୍ଣ, ଆକାର ଓ ପରିପୃଷ୍ଟ ହେବାର ସମୟ ଭେଦରେ ଏ ପ୍ରତ୍ଯେକ ଶ୍ରେଣୀର ଅନେକ ନାମ ଅଛି]