Jump to content

କୋର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋର
ଉଚ୍ଚାରଣ: Kora

ସଂ. ବି. (କୁର ଧାତୁ+ଅ, ବା କୁଳ ଧାତୁ+ଅ) —

୧: ଚଳନଶକ୍ତିଯୁକ୍ତ ଗଣ୍ଠି; ଦେହର ଗଣ୍ଠି — ୧. A movable joint of the body.

୨: କଢ଼ି; କୋରକ —୨. Bud.

ଦେ. ବି —

ମୋଟ ସୂତାରେ ବୁଣା ହୋଇଥିବାରେ ଫିତା— (ଦ୍ର—ଏଥିରେ ଖଟ ବୁଣାଯାଏ) Tape.

ଗ୍ରା. (ଇତର) ବି (ସଂ. କ୍ରୋଡ଼) —

୧: କୋଡ଼; କୋଳ — ୧. Lap.

[ଦ୍ର—ଶୂଦ୍ର ଲୋକେ କୋଡ଼ ବା କୋଳ ସ୍ଥାନରେ କୋର ବ୍ୟବହାର କରନ୍ତି; ତୁଳ ବାଡ଼ି ଆଦି ସ୍ଥାନରେ ବାରି, ଚାଉଳ ସ୍ଥାନରେ ଚାଉର ଇତ୍ୟାଦି]

୨: ନଡ଼ିଆ କୋରା — ୨. Scraped kernel of cocoanut.

ପ୍ରାଦେ. (ସମ୍ବଲପୁର). ବି. (ସଂ. କ୍ରୁରତା) —

୧: କପଟ; ଛଳ — ୧. Art; artifice; fraud.

୨: କୋଡ଼ିଏ ସଂଖ୍ୟା; କୋଡ଼ି — ୨. A unit of twenty.