Jump to content

କୋରୁଆଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋରୁଆଁ
ଉଚ୍ଚାରଣ: Koruāñ
ସଂ. ନାମ-କୁଟଜ, ବତ୍ସକ, ଗରିମଲ୍ଲିକା, ବରତିକ୍ତ, ପାଣ୍ଡୁର, କୁଟକ, କଟୁକ,କୌଟଜା, ତିକକ୍ତ, ରକ୍ତନାସକ, ବୃକ୍ଷକ, କୁଟଜ, କାହି, କାଳିଙ୍ଗ, ପ୍ରାବୃଷ୍ୟ, ୟବଫଳ, ଶକ୍ର, ସଂଗ୍ରାହୀ, ପ୍ରାବୃଷ୍ଗ, ମହାଗନ୍ଧ, ଇନ୍ଦ୍ରଦ, କୌଟ, কুড়চি कुरँया; कुड़ा ମ. କରୈୟ, କୁଡ଼ା ଚେ. ଆଙ୍କୁଡ଼ ଚେଟ୍ଟୂ, ଆଗିଶ ଚେଟ୍ଟୂ ଆ. ତିବାଳ

ଦେ. ବି. (ସଂ. କୁଟଜ) —

ବନ୍ୟ ଗୁଳ୍ମବିଶେଷ — A species of wild plant; Holarrhena Antidysenterica; Wrightia Antidysenterica.

[ଦ୍ରା—ଏହା ତଗରାଦି ବଗର ଏକ ଜଙ୍ଗଲି ଲତାଳିଆ କ୍ଷୁଦ୍ର ଗୁଳ, ଏହାର ପତ୍ର ଲମ୍ବ ଓ ସୁଗନ୍ଧଯୁକ୍ତ ଏଥିରେ ଫୁଲ ଧଳା, ହଳଦୀଆ ନୀଳ ଓ ନାଲି ଭେଦରେ ଏ ଗଛ ଚାରି ପ୍ରାକାର ଧଳା ଫୁଲ କୋରୁଆଁର ବୀଜ ମିଠା ଇନ୍ଦ୍ରଜବ ଓ ନେଳି ଫୁଲ କୋରିଆଁର ବୀଜ କଡ଼ୁଆ ଇନ୍ଦ୍ରୟବ ବର୍ଷାଋତୁରେ ଏ ଗଛ ଫୁଲ ଧରେ ଏ ଗଛ ଆମ ଦୋଷ, କୃଷ୍ଠ; ଅର୍ଶ, ଅତିସାର, ପିତ୍ତ, ରକ୍ତଦୋଷ ଓ ଗ୍ରହଣୀ ରୋଗର ମହୌଷଧ ଏ ଗଛ୪: ପ୍ରକାର,୧: ଭୁଇଁ କୋରୁଆଁ,୨: ପିତାକୋରୁଆଁ;୩: . ଦୁଧିଆ ବା ଶ୍ବେତ କୋରୁଆଁ ଓ୪: ତେଲକୋରୁଆଁ ବର୍ଷକେ ଥରେ ଏ ଗଛ ପତ୍ରଝଡ଼ା ଦିଏ, ତେଲକୋରୁଆଁ ଗଛର ଡ଼ାଳକୁ ରାନ୍ଧିଲେ ତେଲ ବାହାରେ ଓ ଏଥିର ଡ଼ାଳକୁ ବାଡ଼ି, କୋଡ଼ି ଓ କୁରାଡ଼ିବେଣ୍ଟ ହୁଏ ବଣରେ ଏକ ସ୍ଥାନରେ ଅନେକ କୋରୁଆଁ ଗଛ ଉଠେ ଭୂଇଁ— କୋରୁଆଁ ବସନ୍ତକାଳରେ ଫୁଲ ଧରେ]