କୋଲ
ଦେଖଣା
କୋଲ —
ଉଚ୍ଚାରଣ: Kola
কোল
कील
ଦେ. ବି (ସଂ. କୋଳ) —
୧: ମଧ୍ୟଭାରତରେ ବାସ କରୁଥିବା ଆଦିମ ଅନାର୍ୟ୍ୟ ଜାତି —୧. The Kohls; an aboriginal tribe inhabiting Central India.
ସୁବର୍ଣ୍ଣ ତଟିନୀ ଶୁଭ୍ର କୋଳେ କୋଲେ କରନ୍ତି ସୂର୍ଣ୍ଣସଂଞ୍ଚୟ— ରାଧାନାଥ. ପାର୍ବତୀ
[ଦ୍ର—ବ୍ରହ୍ମବୈବର୍ତ୍ତ ପୁରାଣରେ ଲେଟପୁରୁଷ ଓ ତୀବର ସ୍ତ୍ରୀଠାରୁ ଉତ୍ପନ ବର୍ଣ୍ଣଶଙ୍କର ଜାତିକୁ କୋଳ ନାମରେ ବର୍ଣ୍ଣନା କରା ଯାଇଅଛି ସ୍କନ୍ଦପୁରାଣରେ କୋଳକୁ ମ୍ଲେଛ ଜାତି ବୋଲା ଯାଇଅଛି ପଦ୍ମପୁରାଣରେ ଲେଖାଅଛି ଯେ କୋଳ ଆଦି ଜାତିମାନେ ସଗରରାଜାଙ୍କ ଭୟରେ ବଶିଷ୍ଟଙ୍କ ଶରଣ ପଶିବାରୁ ସେ ସେମାନଙ୍କ ଶିରୋମୁଣ୍ଡନ କରି ସେମାନଙ୍କୁ ସଂସ୍କାରଭ୍ରଷ୍ଟ କଲେ ଛୋଟନାଗପୁର, ଉତ୍ତର ଗଡ଼ଜାତ ଓ ମଧ୍ୟପ୍ରଦେଶରେ ବର୍ତ୍ତମାନ ବାସ କରୁଥିବା 'କୋଲ' ମାନେ ଅନାର୍ୟ୍ୟ ଓ ଏମାନଙ୍କ ଭାଷା ଦ୍ରାବିଡ଼ୀୟ ଶାଖାକୁ ଆଗତ]
୨: କାକର; ଅତିଶୟ ଥଣ୍ଡା —୨. Bitter cold.