କୋଳ
କୋଳ —
ଉଚ୍ଚାରଣ: Koḻa
ସଂ. ବି. (କୁଳ+ଆ ବା କୁଳ ଧାତୁ=ଏକତ୍ର କରିବା+କର୍ତ୍ତୃ. ଅ) —
୧: କ୍ରୋଡ଼, ଉତ୍ସଙ୍ଗ; ଉପବେଶନ କହିଲେ ଦୁଇ ଜଂଘର ମଧ୍ୟ ସ୍ଥାନ —୧. Lap.
[ଦ୍ର— ଚେକା ପକାଇ ବା ଗୋଡ଼ ଲମ୍ବାଇ ବସିବା ଲୋକ ବା ଅଣେଇ ହୋଇ ଶୋଇବା ଲୋକ କୌଣସି ବ୍ୟକ୍ତିକୁ ବା ଶିଶୁକୁ ଆଲିଙ୍ଗନ କଲେ ଆଲିଙ୍ଗିତ ବ୍ୟକ୍ତି ଯେଉଁ ସ୍ଥାନ ଅଧିକାର କରେ, ଅର୍ଥାତ୍ ଆଲିଙ୍ଗନ କିରବା ବ୍ୟକ୍ତିର ଦୁଇ ଜଂଘ ଓ ଛାତି ପ୍ରସାରିତ ବାହୁ— ଦ୍ବୟ ଦ୍ବାରା ବେଷ୍ଟିତ ବ୍ୟବଧାନକୁ କୋଳ ବୋଲାଯାଏ]
୨: ଛାତି —୨. The breast.
୩: ଶୁକର; ଘୁଷୁରି —୩. Hog; pig.
୪: ବରାହ —୪. Boar.
୫: ଶନିଗ୍ରହ —୫. The planet Saturn.
୬: (+ଅଧିକରଣ. ଅ)—ଭେଳା —୬. A raft.
ତରିଲେ ନଦୀ କୋଳ ଅବଲମ୍ବନେ ଗୋଇବ.ଇନ୍ଦୁରେଖା
୭: ଆଲିଙ୍ଗନ —୭. Embrace.
୮: ନୀଚ ଅସ୍ପଶ୍ୟ ଜାତୀୟ ବ୍ୟକ୍ତି— (ଦ୍ର—କୋଲ ତଳେ ନୋଟ ଦେଖ) ୮. A person of a low or degraded tribe.
୯: ବରକୋଳି —୯. Jujube berries.
୧: ଅସଭ୍ୟ ବ୍ୟକ୍ତି; ବର୍ବର —୧୦. A barbarian.
୧୧: ଜାହାଜ ଲାଗିବାର ବନ୍ଦର — ୧୧. A seaport; harbour.
୧୨: ବର୍ତ୍ତୃଳପଦାର୍ଥର ନ୍ୟବ୍ନ ବା ଖାଲୁଆ ପାଖ — ୧୨. The concave side of any thing.
୧୩: ନଦୀର କୂଳ ବା ତଟ —୧୩. Bank.
ବୃଦ୍ଧି ହେଲା ଲୋକମାନେ ଲୋକନ କରିବେ କୋଳ ଅବଲମ୍ବ କରି ପଥିକେ ତରିବେ ଭଞ୍ଜ. ଲାବଣ୍ୟବତୀ
୧୪: ଏକତୋଳା ଓଜନ — ୧୪. The weight of one tola.
୧୫: ଗୋଲମରିଚ —୧୫. Black pepper.
୧୬: ପାଣ୍ଡ୍ୟ ଓ କେରଳରାଜ୍ୟ ନିକଟସ୍ଥ ପ୍ରାଚୀନ ରାଜ୍ୟ— ବିଶେଷ; ପ୍ରାଚୀନ କଳିଙ୍ଗଦେଶ —୧୬. The ancient country of Kaḻiṅga.
୧୭: ଚିତ୍ରକ; ଧଳାଚିତା — ୧୭. plumbago Zaylanica (plant)
୧୮: ଶିତଳଚିନି —୧୮. Cubeb.
୧୯: ଚବ୍ୟ; ଚଇକାଠ (ହି. ଶବ୍ଦସାଗର) — ୧୯. A herbarious plant; Piper Chaba.
୨: ପୁରୁବଂଶୀୟ ଆକ୍ରାଡ଼ ରାଜାଙ୍କ ପୁତ୍ର (ହି. ଶବ୍ଦସାଗର) — ୨୦. Name of the son of king Ākrīṟḍ̠a.
୨୧: ରାସ୍ତା (ହି. ଶବ୍ଦସାଗର) —୨୧. Road.
ଦେ. ବି. (ଲକ୍ଷଣାର୍ଥ) —
୧: ମଧ୍ୟ; ଅନ୍ତଃସ୍ଥଳ — ୧. Inside; interior.
କହଳି କଦମ୍ବରଚାର କୋତେ କି ଶ୍ୟାମଳ କାରୀ ତେବେ ସେ ରବି ସୁତାର ତୀରେ କବିସୂର୍ଯ୍ୟ. କିଶୋରୀଚମ୍ପୁ
୨: ବଂଶ —୨. Family.
ଯାଇଣ ଧରଣୀ ମଣ୍ଡଳେ, ଜନ୍ମଜା ଆସୁରଙ୍କ କୋଳେ— ଜଗନ୍ନାଥ. ଭାଗବତ