Jump to content

କୋଶଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଶଳ
ଉଚ୍ଚାରଣ: Koṡaḻa

ସଂ. ବି. ନାମ (କୁଶ ଧାତୁ=ଦୀପ୍ତି ପାଇବା+ସଂଜ୍ଞାର୍ଥେ. ଅଳ) —

୧: ଅଯୋଧ୍ୟା ଓ କାଶୀର ଉତ୍ତରସ୍ଥ ସମଗ୍ର ଦେଶ; ପ୍ରାଚୀନ ଭାରତର ରାଜ୍ୟବିଶେଷ — ୧. Name of a kingdom of ancient India.

[ଦ୍ର—ରାମଜନନୀ କୌଶଲ୍ୟା ଏହି ଦେଶର ରାଜାଙ୍କ କନ୍ୟା ଥିଲେ ଏ ରାଜ୍ୟ ଉତ୍ତରକୋଶଳ ଓ ଦକ୍ଷିଣକୋଶଳ ଏହିପରି ଦୁଇ ଭାଗରେ ବିଭକ୍ତ ଥିଲା ସରପୂ ବା ଘଘରା ନଦୀର ଉତ୍ତରସ୍ଥ ପ୍ରଦେଶକୁ ଉତ୍ତରକୋଶଳ ଓ ଉକ୍ତ ନଦୀର ଦକ୍ଷିଣସ୍ଥ ରାଜ୍ୟକୁ ଦକ୍ଷିଣକୋଶଳ ବୋଲି କୁହା ୟାଉଥିଲା କାଶୀ ଓ ଅଯୋଧ୍ୟା ନେଇ ଉତ୍ତରକୋଶଳ ଏବଂ ବର୍ତ୍ତମାନ ସମ୍ବଲପୁର, କଳାହାଣ୍ଡି, ବସ୍ତର ଓ ରାୟପୁର ପ୍ରଭୃତି ନେଇ ଦକ୍ଷିଣକୋଶଳ ଗଠିତ ହୋଇଥିଲା—କୃପାସିନ୍ଧୁ. ଉତ୍କଳ ଇତିହାସ]

୨: କୋଶଳାଶାଗ — ୨. A kitchen-herb or &Sdot;āga.

୩: କୋଶଳ ଦେଶବାସୀ କ୍ଷତ୍ରୀୟ ଜାତି — ୩. A clan of Kshatriyas inhabiting the Koṡaḻa country.

୪: ଅଯୋଧ୍ୟା ନଗର (ହି. ଶବ୍ଦସାଗର) — ୪. The city of Qudh.

୫: ସଙ୍ଗୀତର ରାଗବିଶେଷ — ୫. Name of a musical tune.