କୋଷବୃଦ୍ଧି
ଦେଖଣା
କୋଷବୃଦ୍ଧି —
ଉଚ୍ଚାରଣ: Koshabṛuddhi
ସଂ. ବି (୬: ଷ୍ଠୀ ତତ୍; କୋଷ+ବୃଦ୍ଧି) —
୧: ସଞ୍ଚିତ ଧନର ବୃଦ୍ଧି —୧. Increase of treasure.
୨: ଅଣ୍ଡକୋଷ ବା କୁରୁଣ୍ଡର ସ୍ଫୀତି, ଅଣ୍ଡବୃଦ୍ଧି ରୋଗ — ୨. Enlargement of hydrocele or scrotum.
[ଦ୍ର—ଏ ରୋଗ ତିନି ପ୍ରକାର; ୧: ଜଳବୃଦ୍ଧି — ୧. Hydrocele. ୨: ମାସଂବଦ୍ଧି —୨. Scrotal tumour.
୩: ଅନ୍ତ୍ରବୃଦ୍ଧରୋଗ —୩. Hernia.
୧: ଜଳବୃଦ୍ଧି ବା ଏକଶିରା ରୋଗ—ଏ ରୋଗରେ କୋଷ— ମଧ୍ୟସ୍ଥ ଡିମ୍ବ ବା ଗୋଟିଘରାରେ ଜଳୀୟ ରସ ଜମିଯାଏ ଓ କୋଷର ଆବରଣ ଚର୍ମ ପତଳା ଥାଏ
୨: ମାସଂବୃଦ୍ଧି ବା କୁରୁଣ୍ଡ—ଏ ରୋଗରେ କୋଷସ୍ଥ ମାସଂପେଶୀ ବୃଦ୍ଧିପାଇ ଚମଡ଼ା ତଳେ ମାସଂ ବୃଦ୍ଧି ହୁଏ ଅଥଚ ଗୋଟିଘରା ବଢ଼ି ନ ଥାଏ
୩: ଅନ୍ତ୍ରବୃଦ୍ଧି ବା ଅନ୍ତକୋଷ—ଏ ରୋଗରେ ପେଟର ଅନ୍ତ ବା ନାଡ଼ା କୋଷ ମଧ୍ୟରୁ ଓହ୍ଲାଇ ଆସି ବାଯୁପୂର୍ଣ୍ଣ ହୋଇ କୋଷକୁ ଫୁଲାଇ ଦିଏ]