କୌପୀନ
ଦେଖଣା
କୌପୀନ —
ଉଚ୍ଚାରଣ: K&aline;&uline;pīna
ସଂ. ବି (କୂପ+ପ୍ରବେଶଯୋଗ୍ୟାର୍ଥରେ. ଈନ; ଅର୍ଥାତ୍ ଏହାକୁ ପିନ୍ଧି କୂଅ ମଧ୍ୟରେ ପ୍ରବେଶ କରିବାକୁ ମନୁଷ୍ୟ ଯୋଗ୍ୟ ହୁଏ) —
୧: ମେଖଳାବଦ୍ଧ ପରିଧେୟ ବସ୍ତ୍ରଖଣ୍ଡ; କଉପୁନ; ବସନ; କର୍ପଟି — A long strip of cloth tucked over the private parts and attached at both ends to a string round the waist.
[ଦ୍ର—ଏହାକୁ ବାବାଜିମାନେ ଓ ଗରିବଲୋକମାନେ ପିନ୍ଧନ୍ତି]
୨: ଭଗ ଗୁହ୍ୟ ଓ ଲିଙ୍ଗାଦି ଶରୀରର ଗୁପ୍ତସ୍ଥାନ — ୨. Pudenda; privities (M.W.)
୩: ଅନ୍ୟାୟକର୍ମ —୩. Wrong; improper act.
୪: ପାପ —୪. Sin.
୫: କନ୍ଥା —୫. Rag.