କୌମାର
କୌମାର —
ଉଚ୍ଚାରଣ: K&aline;&uline;māra
ସଂ. ବି—(କୁମାର+ଭାବ. ଅ) —
୧: ବାଳକର ପାଞ୍ଚବର୍ଷ ପର୍ଯ୍ୟନ୍ତ ଅବସ୍ଥା —୧. Boyhood upto five years.
୨: (ତନ୍ତ୍ର ମତରେ) ବାଳିକାଙ୍କର ୧୬: ବର୍ଷ ବୟସ ହେବା ପର୍ଯ୍ୟନ୍ତ ଅବସ୍ଥା —୨. Maidenhood upto the age of ୧୬ years.
୩: ବାଲ୍ୟକାଳ; ୟୌବନର ପୂର୍ବ ଅବସ୍ଥା — ୩. Boyhood.
୪: ବାଳକ ବାଳିକାଙ୍କର ଅବିବାହିତ ଅବସ୍ଥା — ୪. State of being unmarried; virginity.
କୁମାର ନୋହିଲେ ଲେଖାଅଛି ମୋର ଲଲାଟେ ଚିର କୌମାର— ରାଧାନାଥ. ୟୟାତି
୫: (+ସ୍ବାର୍ଥେ. ଅ)—କୁମାର; କାର୍ତ୍ତିକେୟ — ୫. Kārttikeya.
(କୌମାରୀ—ସ୍ତ୍ରୀ)
ସଂ. ବିଣ —
୧: କାର୍ତ୍ତିକେୟସମ୍ବନ୍ଧୀୟ — ୧. Relating to Kārttikeya.
୨: କୁମାରସମ୍ବନ୍ଧୀୟ; ୟୌବନ ପୂର୍ବ ଅବସ୍ଥାସମ୍ବନ୍ଧୀୟ — ୨. Juvenile; youthful.
୩: କୁମାରୀସମ୍ବନ୍ଧୀୟ —୩. Maidenly.
୪: କୋମଳ; ସୁକୁମାର — ୪. Soft; tender (M.W.)
୫: ଅବିବାହିତା କନ୍ୟାର ଗର୍ଭଜାତ ପୁତ୍ର — ୫. The son of a Maiden (M.W.)
୬: ପର୍ବତବିଶେଷ — ୬. Name of a mountain (M.W.)