Jump to content

କୌମୁଦୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌମୁଦୀ
ଉଚ୍ଚାରଣ: K&aline;&uline;mudī

ସଂ. ବି (କୁମୁଦ=ଶୁକ୍ଳ ରଦ୍ମ; କଇଁ+ବିକଶାର୍ଥେ. ଅ+ଈ) —

୧: ଚନ୍ଦ୍ରିକା; ଜ୍ଯୋତ୍ସ୍ନା; ଚନ୍ଦ୍ରକିରଣ —୧. Moon- light; moon-beam by the influence of which the lily is said to open.

[ଦ୍ର—ରାତିରେ କୁମୁଦ ବା କଇଁଫୁଲ ଫୁଟେ; ଏଥିପାଇଁ ଚନ୍ଦ୍ରକୁ କୁମୁଦବନ୍ଧୁ ବୋଲାଯାଏ ଏବଂ ଚନ୍ଦ୍ରକିରଣକୁ କୌମୁଦୀ ବୋଲାଯାଏ]

୨: କାର୍ତ୍ତିକପୂର୍ଣ୍ଣିମାରେ କୃତ ରାସୋତ୍ସବ — ୨. A festival done on the full-moon day of the month of Kārttika.

୩: କାର୍ତ୍ତିକପୂର୍ଣ୍ଣିମା — ୩. The full-moon of the month of Kāttika.

୪: ଆଶ୍ବିନୀ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା — ୪. The full-moon of the month of Āṡwina.

୫: (ଗ୍ରନ୍ଥ ନାମ ଶେଷରେ ବ୍ୟବହୃତ ହେଲେ, ଯଥା— ତର୍କକୌମୁଦୀ; ବ୍ୟାକରଣ କୌମୁଦୀ; ସିଦ୍ଧାନ୍ତ କୌମୁଦୀ) ଜ୍ଯୋତ୍ସ୍ନା ପରି ଆନନ୍ଦପ୍ରଦ ଗ୍ରନ୍ଥବିଶେଷ — ୫. A treatise throwing light on a certain subject.

୬: (ପ୍ରାୟ ସ୍ତ୍ରୀଲିଙ୍ଗର ବିଶେଷଣରୂପେ ସମାସରେ ବ୍ୟବହୃତ ଯଥା—ନେତ୍ରକୌମୁଦୀ) ଆନନ୍ଦଦାୟିନୀ — ୬. Delightful.

୭: ଉତ୍ସବ —୭. Festival (in general) (M.W.).

୮: କଇଁଫୁଲ — ୮. Water-lily; Nymphea Esculenta (M.W.)

୯: ପ୍ରତ୍ଯେକ ଧାଡ଼ିରେ ଚବିଶ ଅକ୍ଷର ଥିବା ଦୁଇ ଧାଡ଼ିର ଛନ୍ଦ — ୯. A sanskrit metre of two lines containing ୨୪ syllables each (M.W.)