କୌଳ
ଦେଖଣା
କୌଳ —
ଉଚ୍ଚାରଣ: K&aline;&uline;ḻa
ସଂ. ବିଣ. (କୁଳ+ସମ୍ବନ୍ଧାର୍ଥେ. ଅ) —
୧: ତନ୍ତ୍ରୋକ୍ତ ଆଚାର ରତ — ୧. Tantric; addicted or devoted to the observances laid down in the Tantras.
୨: ବଂଶ ବା କୁଳସମ୍ବନ୍ଧୀୟ — ୨. Relating to a family.
୩: କୌଳିକ; କୁଳକ୍ରାମାଗତ —୩. Ancestral.
୪: ସତ୍କୁଳଜାତ —୪. High-born.
ସଂ. ବି —
୧: ତନ୍ତ୍ରୋକ୍ତ ଆଚାରବିଶେଷ; ବାମାଚାର — ୧. Rituals prescribed in the Tantras; the doctrine and practices of the lefthand Ṡāktas (M.W.)
[ଦ୍ର—ତନ୍ତ୍ରୋକ୍ତ ଦିବ୍ୟ, ବୀର ଓ ପଶୁ ଏହି ଭାବତ୍ରୟ ମଧ୍ୟରୁ ଯେଉଁ ବ୍ୟକ୍ତି ଦିବ୍ୟଭାବାକ୍ରାନ୍ତ ତାହାଙ୍କୁ କୌଳ ବୋଲାଯାଏ]
୨: ତନ୍ତ୍ରୋକ୍ତ ବାମମାର୍ଗାଚାରୀ ବ୍ୟକ୍ତି — ୨. A worshipper of Ṡakti according to the lefthand ritual (M.W.)