Jump to content

କୌଶିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌଶିକ
ଉଚ୍ଚାରଣ: K&aline;&uline;sika

ସଂ. ବି. ପୁଂ. (କୁଶିକ+ଅପତ୍ୟାର୍ଥେ. ଅ) —

୧: କୁଶିକ— ମୁନିଙ୍କ ପୁତ୍ର ବିଶ୍ବାମିତ୍ର — ୧. Sage Biṡwāmitra.

୨: ପେଚକ —୨. Owl.

୩: ଇନ୍ଦ୍ର —୩. Indra.

୪: ଯେ ଗୁପ୍ତଧନର ସଂବାଦ ଜାଣେ — ୪. A person who knows hidden treasures.

୫: ନେଉଳ —୫. Ichneumon.

୬: ଗୁଗ୍ଗୁଳ —୬. Frankinsense; Bdellium.

୭: (କୋଶ+ଇକଧ)—ସାପୁଡ଼ିଆ; ସାପୁଆ କେଳା — ୭. Snake-charmer.

୮: ଅଭିଧାନକାର —୮. Lexicographer.

୯: କୋଷାଧ୍ୟକ୍ଷ —୯. Treasurer.

୧: ଶୃଙ୍ଗାର ରସ — ୧୦. Sentiment of love.

୧୧: ଜନୌକ ତପସ୍ବୀ —୧୧. Name of a Sage.

[ ଦ୍ର—ଏ ଋଷି ପିତାମାତାଙ୍କର ବିନାଅନୁମତିରେ ତପସ୍ୟାର୍ଥ ଗୃହ— ତ୍ୟାଗ କରିଥିଲେ ଏହି ସମୟରେ ଗୋଟିଏ ବଗ ତାଙ୍କ ଦେହରେ ମଳତ୍ୟାଗ କଲା ଏ ବଗ ଉପରେ କୋପଦୃଷ୍ଟି କରିବାରୁ ବଗଟି ଭସ୍ମୀଭୂତ ହୋଇଗଲା ଏହା ଦେଖି ଋଷି ଆପଣାର କ୍ଷମତା ବିଷୟରେ ଗର୍ବ ଅନୁଭବ କଲେ ଏକଦା ଏ ଭିକ୍ଷା ପାଇଁ ଗୋଟିଏ ଗୃହରେ ଯାଇ ପହଁଞ୍ଚଲେ ଗୃହିଣୀ ଭିକ୍ଷା ଦେବାକୁ ଉଦ୍ୟତ ହେବା ବେଳେ ଗୃହ ସ୍ବାମି କ୍ଲାନ୍ତ ଶ୍ରାନ୍ତ ହୋଇ ଘରେ ପହଞ୍ଚିବାରୁ ଗୃହଣୀ ପ୍ରଥମେ ସ୍ବାମୀଚର୍ଚ୍ଚାରେ ଲାଗିଲା କୌଶିକ ତାହା ଉପରେ ରାଗିବାରୁ ଗୃହିଣୀ କହିଲେ "ଆପଣ ମୋ ଉପରେ ରାଗ କରନ୍ତୁ ନାହିଁ, ମୁଁ ସ୍ବାମୀ ସେବାରେ ନିଯୁକ୍ତ ଥିଲି; ମୋତେ ବଗ ବୋଲି ମନେ କରନ୍ତୁ ନାହିଁ ଆପଣ ଧର୍ମର ଯଥାର୍ଥ ମର୍ମ ଅବଧି ବୁଝି ନାହାନ୍ତି ମିଥିଳାର ଧର୍ମବ୍ୟାଧଙ୍କ ନିକଟକୁ ଯାଇ ତାଙ୍କଠାରୁ ଧର୍ମଶକ୍ଷା କରନ୍ତୁ " କୌଶକ ଗୃହିଣୀଙ୍କଠାରୁ ଏହା ଶୁଣି ବିସ୍ମିତ ହେଲେ ଓ ଧର୍ମବ୍ୟାଧଙ୍କ ନିକଟକୁ ଯାଇ ଧର୍ମଶିକ୍ଷା କଲେ ବ୍ୟାଧ ଆପଣାର ପିତାମାତାଙ୍କ ସେବା କରି ଧାର୍ମିକ ହୋଇଥିବାର ଏ ଅବଗତ ହୋଇ ତାଙ୍କ ଉପଦେଶ ଅନୁସାରେ ଘରକୁ ଫେରି ଯାଇ ପିତାମାତାଙ୍କ ସେବାରେ ନିଯୁକ୍ତ ହେଲେ ସୁବଳଚନ୍ଦ୍ର ]

ସଂ. ବିଣ. (କୋଶ+ଇକ) —

ରେସମୀ — Silken.

ଦେ. ବି. —

ଶରବିଶେଷ —A kind of arrow.

ତା ଦେଖି କୌଶିକ ଶର ବନ୍ଧଲା କିରୀଟୀ ସାରଳା. ମହାଭାରତ. ମଧ୍ୟ