କ୍ରଶ୍
ଦେଖଣା
କ୍ରଶ୍ —
ଉଚ୍ଚାରଣ: Kraṡ
ক্রূস
कूस < ক্রস
क्रस
ବୈଦେ. ବି. (ଇଂ. କ୍ରୁସ୍ସ) —
୧: ଯୁକ୍ତ ଚିହ୍ନ ପରି ଯୋଡ଼ା ଯାଇଥିବା କାଠ — ୧. A cross.
[ଦ୍ର—ପୂର୍ବେ ରୋମ୍ସାମ୍ରାଜ୍ୟରେ ଏହା ଅପରାଧୀମାନଙ୍କୁ ଦଣ୍ଡ ଦେବା ପାଇଁ ବ୍ୟବହୃତ ହେଉଥିଲା ଏଥିର ଗୋଟିଏ ବାହୁକୁ ଭୂମିରେ ପୋତି ସେଥିର ଲମ୍ବ କାଠରେ ମନୁଷ୍ୟର ମୁଣ୍ଡ ଓ ଲହିଠାରେ କଣ୍ଟା ବାଡ଼େଇ ଆଡ଼କାଠରେ ମନୁଷ୍ୟର, ଦୁଇ ହାତକୁ ମେଲାଇ ଦୁଇ ହାତରେ କଣ୍ଟାମାରି ମନୁଷ୍ୟକୁ ସେହି ଅବସ୍ଥାରେ ରଖି ମାରି ପକାଉଥିଲେ ୟୀଶୁଖ୍ରୀଷ୍ଟ ଏହି କ୍ରିଶରେ ହତ୍ୟା କରାଯାଇଥିଲା କ୍ରଶ୍ ଖ୍ରୀଷ୍ଟିୟାନମାନଙ୍କର ପବିତ୍ର ଧର୍ମ—ଚିହ୍ନ ଏହା ୟୀଶୁଙ୍କର ମନୁଷ୍ୟଙ୍କ ପାଇଁ ଜୀବନ ଦାନ କରିଥିବାର ନିଦର୍ଶନ]
୨: ମକଦ୍ଦମାରେ ଅପର ପକ୍ଷର ଓକିଲଙ୍କଦ୍ବାରା ସାକ୍ଷୀର ଜେରା — ୨. Cross-examination.