କ୍ରାନ୍ତି
ଦେଖଣା
କ୍ରାନ୍ତି —
ଉଚ୍ଚାରଣ: Krānti
ସଂ. ବି. (କ୍ରମ ଧାତୁ+ଭାବ. ତି) —
୧: ଅତିକ୍ରମଣ — ୧. Stepping over; passing over.
୨: ଆକ୍ରମଣ —୨. Attack.
୩: ପାହୁଣ୍ଡ; ପଦକ୍ଷେପ —୩. Step.
୪: ସୂର୍ଯ୍ୟଙ୍କ ଅୟନବୃତ୍ତର ବାଙ୍କ — ୪. Ecliptic declention.
୫: ସୂର୍ଯ୍ୟଙ୍କର ଅୟନ ବୃତ୍ତ —୫. The ecliptic.
୬: ଗତି; ଗମନ —୬. Motion; going.
୭: ଗ୍ରହର ଅୟନ ରେଖା — ୭. Declention of a planet.
୮: (ଭୂଗୋଳ ପରିଭାଷା) ଆକାଶରେ ବିଷୁବବୃତ୍ତଠାରୁ ନିର୍ଦ୍ଧିଷ୍ଟ ଦୂରରେ କ୍ରମବତ୍ର କଳ୍ପିତ ବୃତ୍ତର ଊତ୍ତର ଓ ଦକ୍ଷିଣରେ ଅୟନକୁ ସ୍ଫର୍ଶ କରିଥିବା ଅନ୍ତର — ୮. (geography) Ecliptic; the tropics.
[ଦ୍ର—ଊତ୍ତର ଦିଗର କଳ୍ପିତସୀମାନ୍ତ ବୃତ୍ତକୁ କର୍କଟକ୍ରାନ୍ତି Tropic of cancer ଓ ଦକ୍ଷିଣ ଦିଗରେ କଳ୍ପିତ ସୀମାନ୍ତ ବୃତ୍ତକୁ ମକର କ୍ରାନ୍ତି Tropic of Capricorn କହନ୍ତି]
ଦେ. ବି —
କ୍ରାନ୍ତ; ଏକ କଡ଼ାର ତିନିଭାଗରୁ ଏକ ଭାଗ — One third of a bit of Kauṟḍ̠i.