Jump to content

କ୍ରିଯାବିଶେଷଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିୟାବିଶେଷଣ
ଉଚ୍ଚାରଣ: Kriyābiṡeshaṇa

ସଂ. ବି. (୬: ଷ୍ଠୀ ତତ୍; କ୍ରିୟା+ବିଶେଷଣ) —

୧: (ବ୍ୟାକରଣ) ଯେଉଁ ପଦଦ୍ବାରା କ୍ରିୟାର ଗୁଣ ବା ଅବସ୍ଥାଦି ଜଣାପଡ଼େ (ଯଥା—ଧୀରେ, ଚଞ୍ଚଳ, ଝଟ, ମିଞ୍ଜିମିଞ୍ଜି, ବେଶିପରିମାଣରେ) — ୧. Adverb.

[ଦ୍ର—ଓଡ଼ିଆ ଭାଷାରେ ବିଶେଷ୍ୟ ପଦ ପରେ 'ରେ' ଓ ବିଶେଷଣରେ ବିଭକ୍ତି ଲାଗି ବେଳେବେଳେ କ୍ରିୟାବିଶେଷଣ ହୁଏ ସେ ୟତ୍ନରେ ଲେଖୁଅଛି, କଷ୍ଟରେ ଶୋଇଅଛି ଏଠାରେ 'ୟତ୍ନରେ' ଓ 'କଷ୍ଟରେ' କ୍ରିୟାବିଶେଷଣ 'ଧୀରେ ଚାଲ', 'ମନ୍ଦେ ମନ୍ଦେ ହସିଲା' ଏଠାରେ 'ଧୀରେ' ଓ 'ମନ୍ଦେ ମନ୍ଦେ' କ୍ରିୟାବିଶେଷଣ]