Jump to content

କ୍ରୀତଦାସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୀତଦାସ
ଉଚ୍ଚାରଣ: Krītadāsa
(କ୍ରୀତଦାସୀ—ସ୍ତ୍ରୀ)

ସଂ. ବି. ପୁଂ. (କର୍ମଧା;କ୍ରୀତ+ଦାସ) —

କିଣାଜନ; ଗୋଲାମ — A slave;a servant purchased by his master as chattel.

[ଦ୍ର— ପୂର୍ବେ କ୍ରୀତଦାସ ପ୍ଥା; ବିଶେଷ ଭାବରେ ପ୍ରଚଳିତ ଥିଲା ଲୋକେ ମନୁଷ୍ୟମାନଙ୍କୁ ପଶୁଭଳି ଧରି ନେଇ ରାଜା ଓ ବଡ଼ଲୋକ ମାନଙ୍କୁ ବିକି ଦେଉଥିଲେ ସେହି କିଣାଲୋକମାନେ ଚୀରଜୀବନ ଖରିଦଦାରଙ୍କ କିଙ୍କର ହେଇ ରହୁଥିଲେ ଆଜିକାଲି ହାଟରେ ବଜାରରେ ଗୋରୁ ଛେଳି ଯେପରି ବିକ୍ରି ଖରିଦ ହେଉଛନ୍ତି,ପୂର୍ବେ ଧରା ହେଉଥିବା ମନୁଷ୍ୟମାନେ ଏହିପରି ବିକ୍ରି ଖରିଦ ହେଉଥିଲେ ମନୁଷ୍ୟମାନେ ମଧ୍ୟ ଅର୍ଧାଭାଗରେ ପଡ଼ି ଆପଣାକୁ ଓ ଆପଣାର ସ୍ତ୍ରୀ, ପୁତ୍ର, କନ୍ୟାଙ୍କୁ ଅନ୍ୟବ୍ୟକ୍ତିଙ୍କୁ ବିକି ଦେଉଥିଲେ ଉକ୍ତ କ୍ରୀତଦାସ— ଠାରେ କିଣିବା ବ୍ୟକ୍ତିଙ୍କ ସମବର୍ଣ୍ଣ ସ୍ବାମିତ ପ୍ରବର୍ତ୍ତୃ ଥିଲା ଏ ପ୍ରଥା ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟାନ ସମସ୍ତଙ୍କ ମଧ୍ୟରେ ପ୍ରତଳିତ ଥିଲା ପାଶ୍ଚାତ୍ୟ ସଭ୍ୟତାର ବୃଦ୍ଧି ସଙ୍ଗେ ସଙ୍ଗେ ଏ ପ୍ରଥା କ୍ରମଶଃ ଲୋପ ପାଉଅଛି ସୁନ୍ଦରୀ ଯୁବତୀମାନଙ୍କୁ ଖରିଦଦାର ସ୍ତ୍ରୀ ରୂପେ ରଖୁଥିଲେ ବଡ଼ଲୋକମାନେ ପୁରୁଷମାନଙ୍କୁ ଖାସୁ (ମୁଷ୍କଛେଦନ) କରି ଆପଣାର ଅନ୍ତଃପୁରରେ ପ୍ରହରୀ ରୂପେ ରଖୁଥିଲେ ଦାସଦାସୀଙ୍କ— ଠାରୁ ଜନ୍ମିବା ପିଲା ମଧ୍ୟ ପିତାମାତାଙ୍କ ପ୍ରଭୁଙ୍କର ସମ୍ପତ୍ତିରୂପେ ଗଣ୍ୟ ହେଉଥିଲେ ଏ କଦର୍ୟ୍ୟ ପ୍ରଥା ଉଠାଇବା ବିଷୟରେ ଇଂରେଜ ଜାତି ବିଶଏଷ ଚେଷ୍ଟା କରି ଆଫ୍ରିକା, ଆମେରିକା ବ୍ରହ୍ମଦେଶ ଓ ନେପାଳରୁ ଏ ପ୍ରଥା ଉଠାଇ ଅଛନ୍ତି ଅବଧି ଭାରତର କେତେକ ଅଞ୍ଚଳରୁ ଓ ବିଶେଷତଃ ଗଡ଼ଜାତର ରାଜପରିବାର— ମାନଙ୍କରୁ ଏ ପ୍ରଥା ସମ୍ପୂର୍ଣ୍ଣ ରୂପେ ଉନ୍ମୂଳିତ ହୋଇ ନାହିଁ]