କ୍ରୋଟନ୍
ଦେଖଣା
କ୍ରୋଟନ୍ —
ଉଚ୍ଚାରଣ: Kroṭan
ক্রোটন
केटन
ବୈଦେ. ବି. (ଇଂ) —
ଏହା ଆମ ଦେଶର ସିଝୁ ଜାତୀୟ ଗୁଳ୍ମ)— ନାନାବର୍ଣ୍ଣ ଓ ଆକାରର ବିତିତ୍ର ପତ୍ରଯୁକ୍ତ ଗୁଳ୍ମ — Croton.
[ଦ୍ର—ନାନା ଜାତିର ନାନା ବର୍ଣ୍ଣ ପତ୍ରବିଶିଷ୍ଟ କ୍ରୋଟନ୍ ଗଛ ଅଛି ବଡ଼ ଲୋକେ ସଉକରେ ଏ ଗଛମାନଙ୍କୁ ବଗିଚାରେ ଲଗାନ୍ତି ଏହାର ଡ଼ାଳ ପୋତିଲେ ସେହି ଡ଼ାଳରୁ ଗଛ ହୁଏ ଏ ଗଛର ମୂଳରେ ପାଣିଜମି ଜକେଇଲେ ଗଛ ମରିଯାଏ ଏଥିରେ ଛୋଟ ଛୋଟ ଫୁଲକେଣ୍ଡା ଧରେ; କିନ୍ତୁ ଫଳ ଫଳେ ନାହିଁ ଗ୍ରୀଷ୍ମପ୍ରଧାନ ମାଲକ୍କା ଆଦି ଦ୍ବୀପପୁଞ୍ଜରେ ଏ ଗଛ ପ୍ରଚୁର ପରିମାଣରେ ହୁଏ ଏହି ଗଛମାନ ସେହି ସବୁ ଅଞ୍ଚଳରୁ ପ୍ବର୍ବେ ଏ ଦେଶକୁ ଆମଦାନୀ ହୋଇଥିଲା]