କ୍ରୋଡ଼ପତ୍ର
ଦେଖଣା
କ୍ରୋଡ଼ପତ୍ର —
ଉଚ୍ଚାରଣ: Kroṟḍ̠apatra
ক্রোড়পএ
तितिम्मा
ସଂ. ବି. (ମଧ୍ୟପଦଲୋପୀ; କ୍ରୋଡ଼ ବା ମଧ୍ୟରେ ଥିବା ପତ୍ର; କ୍ରୋଡ଼+ପତ୍ର —
୧: ଅତିରିକ୍ତ ପତ୍ରିକା; ଖବର— କାଗଜରେ ଦିଆଯିବା ଅଧିକା ବିଷୟ ଲେଖାଥିବା ପୃଷ୍ଠା; କୈଣସି ପତ୍ରିକାରେ ସାଧାରଣ ବିଷୟ ଛଡ଼ା ଅଧିକା ବିଷୟ ଥାଇ ଉକ୍ତ ପତ୍ରିକା ସଙ୍ଗେ ଯୋଗ କରାଯାଇଥିବା ଅଧିକା ପତ୍ର —୧. A supplement to a newspaper.
୨: (ତୁଳ. ଇଂ. କ୍ରୋଡିସିଲ୍) ପ୍ରଥମେ ସମ୍ପାଦିତ ହୋଇ— ଥିବା ଉଇଲ୍ର ସଂଶୋଧନ—ପତ୍ର — ୨. Codicil to a will.
୩: ପୁସ୍ତକର ଶେଷରେ ବା ଗ୍ରନ୍ଥ ସମାପ୍ତ ହେବା ପରେ ପୁସ୍ତକଗତ ବିଷୟ ସଙ୍ଗେ କରାଯିବା ପୃଷ୍ଠମାନ — ୩. Appendix; addendum to a book.
୪: କୌଣସି ଲେଖାର କଡ଼ରେ ଲେଖା ହୋଇଥିବା ବିଷୟ — ୪. Marginal writing.
୫: କୌଣସି ପତ୍ର ଲେଖା ସରିବା ପରେ ପୁନଶ୍ଚ ଶେଷରେ ୟାହା ଲେଖି ଯୋଗ କରାଯାଏ — ୫. Postscript to a letter.