Jump to content

କ୍ରୌଞ୍ଚ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୌଞ୍ଚ
ଉଚ୍ଚାରଣ: Kr&aline;&uline;n̄cha
কোঁচবক; কোঁচবগ

ସଂ. ବି (କ୍ରୁଞ୍ଚ ଧାତୁ=ବକ୍ରଗତି କରିବା+କତ୍ତୃ ଅ) —

୧: ଏକ ଜାତୀୟ ବକପକ୍ଷୀ; ବଗ; ବଗଲା — ୧. The Pond-heron; curlew.

[ ଦ୍ର—ଅମାନେ ଧଳା; ଏମାନଙ୍କ ଗୋଡ଼ ଲମ୍ବ ଲମ୍ବ; ଏମାନେ ଡ଼ଗଡ଼ଗ ଚାଲିପାରନ୍ତି; ଛୋଟ ମାଛ ଓ ପୋକଜୋକ ଧରି ଖାଆନ୍ତି ଏହି ବଗମାନେ ଧାନକ୍ଷେତ ଓ ପୋଖରୀ କୂଳରେ ଚରନ୍ତି ଗଛ ଉପରେ ବଗ ମାନେ କାଠି କୁଟାରେ ବସା ବାନ୍ଧନ୍ତି ଓ ବର୍ଷାଦିନେ ଛୁଆ କରନ୍ତି; ବର୍ଷାଦିନେ ଆକାଶରେ ମେଘ ଉଠାଇଲା ବେଳେ ଆକାଶରେ ଉଡ଼ୁଥିବା ବକପଂକ୍ତି ମେଘ ଦେହରେ ଅତି ମନୋହର ଦେଖା ୟାଆନ୍ତି ]

୨: ଦ୍ବୀପବିଶେଷ (ପୁରାଣ ମତରେ ଏହା ସପ୍ତଦ୍ବୀପା ପୃଥିବୀ ମଧ୍ୟରେ ଗୋଟିଏ ଦ୍ବୀପ) — ୨. One of the seven legendary islands comparising the earth.

୩: ପୌରାଣିକ ପର୍ବତବିଶେଷ — ୩. Name of a legendary mountain.

[ ଦ୍ର—ଏ ପର୍ବତ ହିମାଳୟଙ୍କ ପୌତ୍ର; କାର୍ତ୍ତିକ ଓ ପରଶୁରାମ ଏ ପର୍ବତକୁ ବିନ୍ଧ କରିଥିଲେ ]

୪: ଅସୁରବିଶେଷ; ବକାସୁର — ୪. Name of a demon killed by Srīkṛushṇa.

୫: ଡ଼ାହୁକ, କୁରର —୫. An Osprey (bird) (M.W.)

୬: ମୟଦାନବର ପୁତ୍ର (ଏହାକୁ କ୍ରୌଞ୍ଚ ଦ୍ବୀପରେ ସ୍କନ୍ଦ ଭଗବାନ ବଧ କରିଥିଲେ—ହି. ଶବ୍ଦସାଗର) — ୬. Name of a son of demon Maya.