କ୍ଳୀବ
ଦେଖଣା
କ୍ଳୀବ —
ଉଚ୍ଚାରଣ: Kḻība
କ୍ଳୀବତା, କାବତ୍ବବି.
ସଂ. ବିଣ. (କ୍ଳୀବ ଧାତୁ=କୁଣ୍ଠୀତ ହେବା+କର୍ତ୍ତୃ. ଅ) —
୧: ନପୁଂସକ —୧. Neuter.
୨: ସ୍ତ୍ରୀସଙ୍ଗମଶକ୍ତିରହିତ — ୨. Destitute of sexual virility; impotent.
୩: ଅକ୍ଷମ —୩. Incapable.
୪: ଖାସୁ କରାୟିଇ ଥିବା — ୪. Castrated; emasculated.
୫: ବଳହୀନ; ବିକ୍ରମହୀନ; ଶକ୍ତିହୀନ — ୫. Powerless; destitute of power.
୬: ଭୀରୁ —୬. Coward; timid.
୭: ବ୍ୟଥ; ନିଷ୍ଫଳ —୭. Vain; fruitless.
୮: ନିର୍ବୋଧ; ଓଲ୍ଲୁ —୮. Stupid.
୯: (ବ୍ୟାକରଣ) ଲିଙ୍ଗବିଶେଷ; ଯେଉଁ ଲିଙ୍ଗଦ୍ବାରା ସ୍ତ୍ରୀ ଓ ପୁରୁଷ ଛଡ଼ା ଅନ୍ୟ ବସ୍ତୁମାନ ପରିଚିତ ହୁଅନ୍ତି — ୯. (grammar) Neuter (in gender).
ସଂ. ବି —
୧: ନପୁଂସକ ବ୍ୟକ୍ତି; ଅଣପୁରୁଷ ଲୋକ — ୧. An eunoch (either born or castrated).
୨: ଖାସୀ; ଖାସୀଜନ୍ତୁ —
(ଯଥା—ଘୋଡ଼ା, ଛେଳି, କୁକୁଡ଼ା)
୨. castrated or emasculated male animal. (e.g. horse, goat, cook); capon.