କ୍ଳୋରୋଫର୍ମ
କ୍ଳୋରୋଫର୍ମ —
ଉଚ୍ଚାରଣ: Klorapharm
ক্লোরোফর্ম
क्लोरोफर्म
ବୈଦେ. ବି. (ଇଂ) —
ଅସ୍ତ୍ରଚିକିତ୍ସା ପାଇଁ ରୋଗୀକୁ ଶୁଙ୍ଘାଇ ଅଚେତା କରିବାର ବ୍ୟବହୃତ ତରଳ— ସାରବିଶେଷ — Chlorform.
[ଦ୍ର— କ୍ଷ ଅକ୍ଷର 'କ+ଷ' ରୂପ ଯୁକ୍ତାକ୍ଷର, କିନ୍ତୁ ଓଡ଼ିଆରେ ଏହା 'ଖ୍ୟ' ରୂପେ ଉଚ୍ଚାରିତ ହୁଏ ଓ ପ୍ରାଚୀନ ଓଡ଼ିଆ କବିମାନେ 'ଛ' ସ୍ଥାନରେ 'କ୍ଷ' ବସାଇବାର ଦେଖାଯାଏ, (ଯଥା—ଛନ୍ଦିଲେ ସ୍ଥାନରେ କ୍ଷନ୍ଦିଲେ) ଆମ୍ଭେମାନେ ଉଚ୍ଚାରଣରେ 'କ୍ଷ' ସ୍ଥାନରେ 'ଖ' ବା 'ଛ' କରିଥାଉ (ଯଥା—'କ୍ଷୌର ସ୍ଥାନରେ ଖିଅର ବା ଛଅର; 'କ୍ଷୀର' ସ୍ଥାନରେ 'ଖୀର') ବର୍ଣ୍ଣମାଳା ଶିଖିଲା ବେଳେ 'ଅ' ଠାରୁ 'ହ' ପର୍ଯ୍ୟନ୍ତ ଶିଖି ସାରି 'ହ' ପରେ 'କ୍ଷ' ଅକ୍ଷର ଶିଖୁଁ ଚଉତିଶାମାନଙ୍କରେ ମଧ୍ୟ 'ହ' ଅକ୍ଷରାଦ୍ୟ ପଦ ପରେ ପ୍ରାଚୀନ ଓଡ଼ିଆ କବିମାନେ 'କ୍ଷ' ଅକ୍ଷରାଦ୍ୟ ପଦ ବସାଇ ଅଛନ୍ତି କେତେକ ଅଭିଧାନକାର 'କ୍ଷ' ଅକ୍ଷରାଦ୍ୟ ଶବ୍ଦମାନଙ୍କୁ 'ହ' ପରେ ଓ କେତେକ 'କ' ଅକ୍ଷର ପରେ ରଖି ଅଛନ୍ତି 'କ୍ଷ' କ ଅକ୍ଷରର ଗୋଟିଏ ଯୁକ୍ତାକ୍ଷର (କ+କ୍ଷ) ଥିବାରୁ ଏହା ଏ ଗ୍ରନ୍ଥର 'କ' ଅକ୍ଷର ପରେ ଦିଆଗଲା ]