କ୍ଷଣ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷଣ କରିବା
ଉଚ୍ଚାରଣ: Kshaṇa karibā

ଦେ. କ୍ରି —

୧: ନଦ୍ୟାଦିରେ ଆରପାରିର ନିର୍ଦିଷ୍ଟ ସ୍ଥାନରେ ଡଙ୍ଗାକୁ ପହଞ୍ଚାଇବା ପାଇଁ ଲକ୍ଷ ରଖି ଏ— ପାରିକୁ ଡଙ୍ଗାକୁ ମଝିନଈ ଆଡ଼କୁ ବାହିବା ବା ଛାଡ଼ିଦେବା; ଅନ୍ୟ ପାରିରେ ଥିବା ଦୂରସ୍ଥ କୌଣସି ବସ୍ତୁକୁ ଲକ୍ଷ ରଖି ଡଙ୍ଗାକୁ ଏକ ପରିକୁ ଛାଡ଼ି ଦେବା; ଡଙ୍ଗା ମେଲିବା — ୧. To push a boat into a river form such a point on the bank, that it will (inspite of the current carrying the boat down to some distance) touch a fixed point on the opposite bank.

୨: ଡଙ୍ଗାକୁ ମଝିନଈକୁ ମେଲି ଦେବା — ୨. To push a boat into mid-stream.

[ଦ୍ର—ସୁଅ ବୋହୁଥିବା ବା ବଢ଼ିଥିବା ନଦୀକୁ ପାରି ହେବା ସମୟରେ ଆରପାରିର ଗୋଟିଏ ନିର୍ଧିଷ୍ଟ ସ୍ଥାନରେ ଡଙ୍ଗା ଲାଗିବାର ଲକ୍ଷ ରଖି ଡଙ୍ଗାକୁ ନାଉରିମାନେ ଏ ପାରିର କୂଳେକୂଳେ ସ୍ରୋତର ବିପରୀତ ଦିଗକୁ ଟାଣି ଟାଣି ଗୋଟିଏ ସ୍ଥାନକୁ ଉଠାଇ ଆଣିବା ପରେ ସେଠାରେ ଡଙ୍ଗାରୁ ମଝିନଈକୁ ପେଲି ଦିଅନ୍ତି ଏବଂ କାତ ଓ ଆହୁଲା ମାରୁ ମାରୁ ଡଙ୍ଗା ସ୍ରୋତର ବେଗରେ ତଳକୁ ଖସି

ୟାଉଥାଏ, ଏଣେ ଆରପାରି ଆଡ଼କୁ ଅଗ୍ରସର ହେଉଥାଏ ଓ ଅବଶେଷରେ ଆରପାରିର ନିର୍ଦ୍ଦିଷ୍ଟ ସ୍ଥାନରେ ଯାଇ ଲାଗେ ନଈର ସୁଅ ଯେତିକି ପ୍ରବଳ ହୁଏ, ଡଙ୍ଗାକୁ ଏପାରିର ସେତିକି ବେଶି ଉଜାଣି ଉଠାଇ ନେବାକୁ ହୁଏ ଆରପାରିର କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ଠିକ୍ ବିପରୀତ ସ୍ଥାନରେ ଅବସ୍ଥିତ ଏପାରିର ବିନ୍ଦୁରୁ ଡଙ୍ଗାକୁ କ୍ଷଣ କଲେ ସୁଅର ବେଗ ଯୋଗୁଁ ଡଙ୍ଗା ସେପାରିର ନିର୍ଦ୍ଦିଷ୍ଟ ସ୍ଥାନରେ ଲାଗି ପାରିବ ନାହିଁ ଏପାରିରେ କେଉଁ ବିନ୍ଦୁ ପର୍ଯ୍ୟନ୍ତ ଉଜାଣି ନେଲେ ଡଙ୍ଗା ଯାଇ ଆରପାରିର ଅଭିପ୍ରେତ ସ୍ଥାନରେ ଲାଗିବା ଏହା ନାଉରିମାନେ ଆପଣାର ଅଭିଜ୍ଞତାବଳରେ ଜାଣି ପାରନ୍ତି ଡଙ୍ଗାକୁ ସେହି ପର୍ଯ୍ୟନ୍ତ ଉଠାଇ ନେଇ ସେହି ସ୍ଥାନରୁ ଡଙ୍ଗାକୁ ଆରପାରିର ନିର୍ଧିଷ୍ଟ ବିନ୍ଦୁ ଅଭିମୁଖରେ କ୍ଷଣ କରି ଦିଅନ୍ତି ]