କ୍ଷୀରଖାର ଖାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀରଖାର ଖାଇବା
ଉଚ୍ଚାରଣ: Kshīrakhāra khāibā

ଦେ. କ୍ରି. (ସଂ. କ୍ଷୀର+କ୍ଷାର+ଖାଦ ଧାତୁ) —

୧: ଦୁଧ ଓ ଲୁଣ ଏକତ୍ର ଖାଇବା — ୧. To take milk and salt together.

୨: (ଲକ୍ଷଣାର୍ଥ) କୌଣସି ଅସ୍ବାଦୁ ଜିନିଷ ଭକ୍ଷଣ କରିବା — ୨. To take any thing unpalatable.

୩: (ଲକ୍ଷଣାର୍ଥ) (ପରସ୍ପର ବିରେଧୀ ଦୁଇ ବସ୍ତୁକୁ ମିଶାଇ ଭୋଜନ କରିବା ସ୍ବାସ୍ଥ୍ୟ ପକ୍ଷରେ ଅହିତକର ଥିବାରୁ) ଅସ୍ବାସ୍ଥ୍ୟକର ବସ୍ତୁଦ୍ବୟ ଏକତ୍ର ସେବନ କରିବା ୩. (figurative) to take tow contrary articles of food together.

[ ଦ୍ର—ବୈଦ୍ୟଶାସ୍ତ୍ରମତରେ କ୍ଷୀର ଓ କ୍ଷାର ଏକତ୍ର ମିଶିଲେ ବିଷ ହୁଏ ଏଥିପାଇଁ କ୍ଷୀର ଓ କ୍ଷାର ଏକତ୍ର ସେବନ କରିବା ନିଷିଦ୍ଧ]