Jump to content

କ୍ଷୀରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀରୀ
ଉଚ୍ଚାରଣ: Kshīrī
(କ୍ଷୀରିଣୀ—ସ୍ତ୍ରୀ)

ସଂ. ବିଣ.—(କ୍ଷୀର+ଇନ; ୧: ମା. ୧: ବ.) —

୧: ଦୁଧ ଭଳି କ୍ଷୀର ଯୁକ୍ତ (ଗଛ) —୧. (tree) Exuding milky juice.

୨: ଦୁଧ ପରି ଧଳା —୨. Milk-white; milky.

ସଂ. ବି —

୧: ଏକଜାତୀୟ ଗୁଳ୍ମ (ଏହା ସିଝୁଜାତୀୟ ବର୍ଷାଯୁ ଅକର୍ମଣ୍ୟ ଶାକବିଶେଷ; ଘାସ ମଧ୍ୟରେ ଜନ୍ମେ; ଗଛ ସିଧା; ଡେମ୍ଫ ଓ ପତ୍ର ଭାଙ୍ଗିଲେ ଦୁଧ ପରି ଖିର ବାହରେ; ଏହାର ପତ୍ର ଖର—ଲୋମଶ; ତେଣୁ ଦେହରେ ଲାଗିଲେ ଗଳୁ କରେ ପତ୍ରରେ ସ୍ପଷ୍ଟରୂପେ ଶିରାମାନ ଦେଖାଯାଏ; ଏହା ଦୁଇ ଜାତୀୟ— କ ବଡ଼ କ୍ଷୀରୀ— ଖ ସାନକ୍ଷୀରୀ—ଲଟାଳିଆ ଗୁଳ୍ମ; ପତ୍ର ସାନସାନ ଓ ଶିରାଳ — ୧. Euphorbia Prulifera.

୨: ବରଗଛ —୨. The Banian tree.

୩: ଅଶ୍ବତ୍ଥ —୩. The Religious fig tree.

୪: ଆକନ୍ଦ ଗଛ; ଅରଖ ଗଛ —୪. The Mudar plant; Calotropis Gigantea.

୫: ଡ଼ିମ୍ବିରି ଗଛ —୫. The fig tree.

୬: ପତ୍ରସିଝି ଗଛ —୬. Emphorbia Nivullia.

୭: କ୍ଷୀର ବାହାରିବା ଗଛ — ୭. A tree exuding milky juice.

୮: ଛତାଉରି (ଦେଖ) (ହରେକୃଷ୍ଣ. ଦ୍ରବ୍ୟଗୁଣ) — ୮. Chhatāuri (See)

ক্ষীরনী খীর

ଦେ. ବି—(ସଂ. କ୍ଷୀରିକା) —

ଖିର; ଦୁଧ ଓ ଚାଉଳରେ ପ୍ରସ୍ତୁତ ମିଠାଦିଆ ପାଣିଆ ଖାଦ୍ୟ —A gruel made of rice boiled in milk and sweetened.

ଭୁଞ୍ଜିଲେ ଭୀମ ନାଗମାନଙ୍କ ଦେବା କ୍ଷୀରୀ— କୃଷ୍ଣସିଂହ. ମହାଭାରତ ଆଦି