Jump to content

କ୍ଷେତ୍ରଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେତ୍ରଜ
ଉଚ୍ଚାରଣ: Kshetraja

ସଂ. ବିଣ (କ୍ଷେତ୍ର+ଜନ ଧାତୁ=ଜନ୍ମିବା+କର୍ତ୍ତୃ. ଅ) —

୧: କ୍ଷେତ୍ରରୁ ଉତ୍ପନ୍ନ — ୧. Produced from a field.

୨: କୃଷିଦ୍ବାରା ଉତ୍ପନ୍ନ — ୨. Produced by agriculture.

ବି —

୧: ଅକ୍ଷମ ବା ମୃତ ବା ଅନୁପସ୍ଥିତ ବ୍ୟକ୍ତିର ସ୍ତ୍ରୀର ଗର୍ଭରେ ନିର୍ବାଚିତ ପରପୁରୁଷର ଔରସରେ ଜନ୍ମିତ ସନ୍ତାନ — ୧. A son born from a woman by a specially selected person other than her married husband who is impotent, dead or absent.

[ଦ୍ର—ପୂର୍ବେ ହିନ୍ଦୁମାନଙ୍କ ମଧ୍ୟରେ ସ୍ବାମୀ ମୃତ କିମ୍ବା ନିରୁଦ୍ଦିଷ୍ଟ କିମ୍ବା କ୍ଳୀବ ହେଲେ ଅନ୍ୟ ନିର୍ବାଚିତ ବ୍ୟକ୍ତି (ଯଥା ଦେବର) ଦ୍ବାରା ଉକ୍ତ ସ୍ତ୍ରୀଠାରେ କ୍ଷେତ୍ରଜ ସନ୍ତାନ ଜନ୍ମାଇ କୁଳ ରକ୍ଷା କରିବାର ବିଧି ପ୍ରଚଳିତ ଥିଲା ଏହି ପ୍ରଥାକୁ ନିଯୋଗ ପ୍ରଥା ବୋଲି କୁହା ୟାଉଥିଲା ଜନ୍ମିତ ପୁତ୍ର ବିଦ୍ୟାମାନ୍ ଥିବା ସ୍ଥଳରେ କ୍ଷେତ୍ରଜ ସନ୍ତାନ ପିତୃଧନର ଅଧିକାରୀ ହେଉ ନ ଥିଲା ଉପରୋକ୍ତ ରୀତିରେ ବ୍ୟାସଦେବଙ୍କ ଦ୍ବାରା କୁରୁବଂଶର ରକ୍ଷା ହୋଇଥିଲା ସ୍କୃତିନିର୍ଦ୍ଦିଷ୍ଟ ଦ୍ବାଦଶ ପ୍ରକାର ପୁତ୍ର ମଧ୍ୟରୁ ଏ କ୍ଷେତ୍ରଜପୁତ୍ର ଏକତମ]

୨: କୌଣସି ବ୍ୟକ୍ତିର ଜାରକ ସନ୍ତାନ — ୨. Illegitimate child of a person.

[ଦ୍ର—ପୁରାଣ ଯୁଗରେ ଭାରତରେ ଅବିବାହିତା ସ୍ତ୍ରୀ, ପରସ୍ତ୍ରୀ, ଅପ୍ସରା, ଋଷିପତ୍ନୀ ଆଦିଙ୍କୁ ପରପୁରୁଷମାନେ ଓ ଦେବତାମାନେ କଳେ ବଳେ କୌଶଳେ ହରଣ କରି ନେବା ପରେ ସେମାନଙ୍କ ଠାରୁ ପୁତ୍ର— କନ୍ୟା ଜନ୍ମ ହୋଇଥିବାର ଉଦାହରଣ ହିନ୍ଦୁ ପୁରାଣମାନଙ୍କରେ ବିରଳ ନୁହେ]