Jump to content

କ୍ଷେତ୍ରପରିମାଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେତ୍ରପରିମାଣ
ଉଚ୍ଚାରଣ: Kshetraparimāṇa

ସଂ. ବି. (୬: ଷ୍ଠୀ ତତ୍; କ୍ଷେତ୍ର+ପରିମାଣ) —

୧: କୌଣସି କ୍ଷେତ୍ରର କ୍ଷେତ୍ରଫଳ — ୧. Area of a field.

୨: କୌଣସି ଭୂଖଣ୍ଡକୁ ମାପ କରି ତହିଁର ପରିମାଣ ନିର୍ଣ୍ଣୟ — ୨. Ascertainment of the area of a field.

୩: କ୍ଷେତ୍ରାଦିର ପରିମାଣ ନିର୍ଣ୍ଣୟାତ୍ମକ ବିଜ୍ଞାନ — ୩. Mensuration.

୪: ବ୍ୟାବହାରିକ ଜ୍ୟାମିତି — ୪. Practical geometry.

[ଦ୍ର—ଗ୍ରୀକ୍ମାନେ କ୍ଷେତ୍ରତତ୍ତ୍ବ ଓ କ୍ଷେତ୍ରପରିମାଣ ଶାସ୍ତ୍ରର ଆବିଷ୍କର୍ତ୍ତା ବୋଲି ପୂର୍ବେ ସଭ୍ୟଜଗତ ବିଶ୍ବାସ କରୁଥିଲା କିନ୍ତୁ ଭାରତବର୍ଷରେ ଖ୍ରୀ: ପୂର୍ବ ତ୍ରଯୋଦଶ ଶତାଦ୍ଦିର କିଛି ପୂର୍ବେ ବା ପରେ ସଂସ୍କୃତ ଭାଷାରେ ଜ୍ଯୋତିଷ ସୂତ୍ରାକାରରେ ରଚିତ ହୋଇଥିଲା ସେହି କାଳର 'କ୍ଷେତ୍ର ବ୍ୟବହାର' ବିଷୟକ 'ସୁତ୍ରଗ୍ରନ୍ଥ' ମିଳିଅଛି କଳ୍ପସୂତ୍ରର ଅନ୍ତର୍ଗତ ଶୁଲ୍ବସୂତ୍ର ଦେଖି ପୂର୍ବର ବିଶ୍ବାସ ପରିତ୍ୟକ୍ତ ହୋଇଅଛି ବୈଦିକ ୟଜ୍ଞାନୁଷ୍ଠାନରେ ନାନାବିଧ ୟଜ୍ଞକୁଣ୍ତ ଓ ୟଜ୍ଞବେଦୀ ନିର୍ମାଣ କରିବାକୁ ପଡ଼ୁଥିଲା ତୈତ୍ତିରୀୟ ସଂହିତାରେ ବିଭିନ୍ନକାର ୟଜ୍ଞବେଦୀର ବର୍ଣ୍ଣଁନା ଅଛି ବୌଧାୟନ ଓ ଆପସ୍ତମ୍ଭ ଶୁଲ୍ବ ସୂତ୍ରରେ, କାତ୍ୟାୟନଙ୍କ ଶୁଲ୍ବପରିଶିଷ୍ଟରେ ଏବଂ ମନୁ ଓ ମୈତ୍ରାୟଣୀଙ୍କ ଶୁଲ୍ବସୂତ୍ରରେ ବିଭିନ୍ନ ୟଜ୍ଞବେଦୀ ଓ କୁଣ୍ଡର ପ୍ରମାଣ ଓ ନିର୍ମାଣ ସୂତ୍ରକାରରେ ଲେଖାଅଛି ବିଭିନ୍ନା— କାର ବେଦୀ ଓ କୁଣ୍ଡର କ୍ଷେତ୍ରଫଳ ଓ ଅଙ୍ଗସମୂହ ପରସ୍ପରର ଅନୁପାତ ମଧ୍ୟରେ ସମତା ରଖିବାକୁ ହେଉଥିଲା ୟଜ୍ଞାନୁଷ୍ଠାନ ଓ ୟଜ୍ଞକର୍ମ ନିର୍ବାହ ପାଇଁ ହିନ୍ଦୁମାନେ କ୍ଷେତ୍ରତତ୍ତ୍ବ ଓ କ୍ଷେତ୍ରପରିମିତ ସୃଷ୍ଟି କରିଥିଲେ ଅତଏବ ଭାରତରେ ଏ ଦୁଇ ଶାସ୍ତ୍ରର ଉତ୍ପତ୍ତି ବୈଦିକକାଳରେ ହୋଇଥିଲା ଡାକ୍ତର ଥୀବ୍ ସାହେବ ଶୁଲ୍ୟସୂତ୍ର ପ୍ରତି ସଭ୍ୟ ଜଗତରେ ଦୃଷ୍ଟି କରି ହିନ୍ଦୁମାନଙ୍କର ଏ କଳଙ୍କ ମୋଚନ କରିଅଛନ୍ତି—ଯୋଗେଶ୍ଚନ୍ଦ୍ର ଆମାଦେର ଜ୍ଯୋତିଷୀ ପୃ: ୪୩-୪୪: ]